28 ତମ ରାଜ୍ୟ ସ୍ତରୀୟ ଉସୁ ଚାମ୍ପିଅନସିପ ରେ ପୁରୀ ଜିଲ୍ଲାକୁ ବଡ଼ ସଫଳତା

ଡେଲାଙ୍ଗ, ଭୁବନେଶ୍ୱର,ପୂମା ସ୍ପୋର୍ଟସ କମ୍ପଲେକ୍ସ ଠାରେ ତା -10,11,12 ଜୁନ 2022 ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନସିପ ଅନୁଷ୍ଠିତ ହୋଇଥିଲା। ଏହି ଚାମ୍ପିଅନସିପ ରେ ପୁରୀର ଫାଇଟର ମାନେ ଉଚ୍ଚକୋଟିର ଖେଳ ପ୍ରଦର୍ଶନି କରି ଜିଲ୍ଲା ପାଇଁ ଦୁଇଟି ସ୍ଵର୍ଣ୍ଣ ପଦକ,ଚାରି ଗୋଟି ରୌପ୍ୟପଦକ,ତିନି ଗୋଟି କାଂସ୍ୟ ପଦକ ଜିତିଛନ୍ତି। ସେମାନେ ହେଲେ ଶୁଭଲକ୍ଷ୍ମୀ ଦାସ ସ୍ଵର୍ଣ୍ଣ, ଅଂଶୁମାନ ସାହୁ ସ୍ଵର୍ଣ୍ଣ, ବର୍ଷା ଦଳାଇ ରୌପ୍ୟ, ମିଲି ପ୍ରଧାନ ରୌପ୍ୟ, ହିମାଂଶୁ ରାଉତ ରୌପ୍ୟ,ସାଇ ସତ୍ୟବ୍ରତ ଦାସ ରୌପ୍ୟ, କାର୍ତ୍ତିକ ଭୋଇ କାଂସ୍ୟ, ଓମ୍ ପ୍ରକାଶ ପୃଷ୍ଟି କାଂସ୍ୟ ଅନୁସୁଦ୍ଦିନ ଖାଁ କାଂସ୍ୟ ପଦକ ଜିତିଛନ୍ତି। ପୁରୀ ଜିଲ୍ଲା ରୁ ନଅ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ତଥା ନେସନାଲ ଟେକ୍ନିକାଲ ଅଧିକାରୀ ନଟବର ସେଠୀ, ସନାତନ ସାହୁ ରବିନ୍ ଦାସ କ୍ରୀଡାବିତ୍ ମାନଙ୍କ ଦାଇତ୍ୱ ନେଇ ଥିଲେ। ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋସ, ସହ ଶିକ୍ଷ୍ୟା ଅଧିକାରୀ ମମତା ମିଶ୍ର, ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ଦାସ,ଜିଲ୍ଲା କ୍ରୀଡା ନିରୀକ୍ଷକ ମହେନ୍ଦ୍ର ବିଶ୍ବାଳ,ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର କମିଶନର ସନ୍ଧ୍ୟା ବତୀ ପ୍ରଧାନ ପିଲାମାନଙ୍କୁ ଆଶ୍ରୀବାଦ୍ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *