ଶ୍ରୀମନ୍ଦିର ସାନିଟାଇଜ
ପୁରୀ:- ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ ଅନୁଯାଇ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣି ଦିନ ମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯାଇଛି । ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଜୋତାଷ୍ଟାଣ୍ଡ, ଓ ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ ଚତୁଃପାର୍ଶ୍ୱକୁ ସାନିଟାଇଜ କରିଛନ୍ତି । ତେବେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖ ଦଶହରା ଓ ୨୦ ତାରିଖ କୁମାରପୂର୍ଣ୍ଣିମା ଦିନ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି ।
