ଜମି ବିବାଦକୁ ନେଇ ୪ଜଣଙ୍କୁ ଅଟକ,ପ୍ରତିବାଦରେ ଥାନା ଘେରାଉ
କାମାକ୍ଷାନଗର– କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଯାତ୍ରା ପଡିଆ ଜବରଦଖଲକୁ ନେଇ ବିବାଦ ଓ ଥାନାରେ ମାମଲା ରୁଜୁ।ଏହାକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକକୁ ନେଇ ଗ୍ରାମର ଶତାଧିକ ପୁରଷ ଓ ମହିଳା ତରଫରୁ ଥାନା ଘେରାଉ।ସୁରକ୍ଷା ପାଇିଁ ବ୍ୟାପକ ପୋଲିସ ମୁତୟନ।ସୂଚନା ଅନୁସାରେ ଗ୍ରାମର ରାଧାକୂୃଷ୍ଣ ଯାତ୍ରା ପଡିଆ ରହିଛି।ଏହି ଯାତ୍ରା ପଡିଆକୁ ଗ୍ରାମର ବେଣୁଧର ପାତ୍ର ଚଞ୍ଚକତା କରି ସୁରେନ୍ଦ୍ର ପାତ୍ରକୁ ବିକ୍ରି କରିଦେଇଛନ୍ତି।ତେବେ ଏହି ଯାଗା ଉପରେ ସୁରେନ୍ଦ୍ର ଘର କରୁଥିବା ବେଳେ ଗ୍ରାମବାସି ଏହାକୁ ବିରୋଧ କରିବା ସହ ତିଆରି ହେଉଥିବା ଘରକୁ ଭାଙ୍ଗି ଦେଇଥିଲେ।ତେବେ ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା।ପୋଲିସ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଯାରି ରଖିଥିବା ବେଳେ ,ଏହାକୁ ଗ୍ରାମବାସି ତରଫରୁ ବିରୋଧ କରାଯାଇଛି।ଅଟକ ରଖିଥିବା ଗ୍ରାମବାସିଙ୍କୁ ତୁରନ୍ତ ଛାଡାଯିବା ଦାବିରେ ଶତାଧିକ ପୁରୁଷ ଓ ମହିଳା ଥାନା ଘେରାଉ କରିଥିଲେ।ଉପଜିଲ୍ଲାପାଳ ଆସି ବୁଝା ସୁଝା କରି ଅଟକ ଲୋକଙ୍କୁ ଛଡ଼ାଯାଇଥିଲା ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
