କାନ୍ତକବି ସେବା ସଂଗଠନ ତରଫରୁ “ରକ୍ତଦାନ ଶିବିର ଏବଂ କମିଟି ଗଠନ”ର ପ୍ରସ୍ତୁତି ବୈଠକ
ତିହିଡି,ଭଦ୍ରକ– “କାନ୍ତକବି ସେବା ସଂଗଠନ”, ଭଦ୍ରକ ତରଫରୁ ସଭାପତିଙ୍କ ସଭାପତିତ୍ବରେ ଆଗାମୀ କାନ୍ତକବିଙ୍କର ଜନ୍ମଜୟନ୍ତୀ ଉପଲକ୍ଷେ ତିହିଡି ବ୍ଲକ କୁବେରା ପଂଚାୟତ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ପ୍ରସ୍ତୁତି ବୈଠକରେ ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ପାଡିଙ୍କ ଉପସ୍ଥିତରେ ସଂଗଠନର ଏକ ନୂତନ ପରିଚାଳନା କମିଟି ଗଠନ କରାଗଲା। ଯେଉଁ ପରିଚାଳନା କମିଟିରେ ସଂଗଠନର ମୁଖ୍ୟ ପରାମର୍ଶଦାତା ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ବାରିକ ମନୋନୀତ କରାଗଲା। ସଭାପତି ଭାବରେ ଶ୍ରୀଯୁକ୍ତ ପରମାନନ୍ଦ ପାଡି ଦାୟିତ୍ୱରେ ରହିଲେ, ଉପ ସଭାପତି ଭାବରେ କୁବେରା ପଞ୍ଚାୟତର ଜଣେ ପରୋଉପକାରୀ ସାର ଭାବରେ ଅତି ପରିଚିତ ଶ୍ରୀଯୁକ୍ତ ଦୀନବନ୍ଧୁ ସ୍ୱାଇଁଙ୍କୁ ଚୟନ କରାଗଲା,ସମ୍ପାଦକ ଭାବରେ ରଞ୍ଜନ କୁମାର ଶୁକ୍ଳଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ସହ -ସମ୍ପାଦକ ଭାବରେ ମୋର ଜଣେ ବଡଭାଇ ପ୍ରଶାନ୍ତ କୁମାର ରାଉତଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। କୋଷାଧକ୍ଷ ଭାବରେ ତିହିଡି ବ୍ଲକର ଜଣେ ଯୁବ ସାମ୍ବାଦିକ ତଥା ମୋର ସାନଭାଇ ଚନ୍ଦ୍ରକାନ୍ତ ବାରିକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଗଲା, ମେଡିଆ ସଂଯୋଜକ ଭାବରେ କମଳାକାନ୍ତ ନାୟକ ଏବଂ ସହ ସଂଯୋଜକ ଭାବରେ ସୁବାଷ ଜେନାଙ୍କୁ ମନୋନୀତ କରାଗଲା। ଉପଦେଷ୍ଟା ମଣ୍ଡଳୀରେ ଯୁବ ଆଇନଜୀବି ତଥା ଯୁବ ସଂଗଠକ ସତ୍ୟସୁନ୍ଦର ପତି, ଯୁବ ସମାଜସେବୀ ପଙ୍କଜ କୁମାର ଦାସ,ବିଭିନ୍ନ ସାମାଜିକ ସଂଗଠନର ମାର୍ଗଦର୍ଶକ ତଥା ଜଣେ ଶିକ୍ଷାବିତ ଶ୍ରୀଯୁକ୍ତ ଗଣେଶ ପ୍ରସାଦ ରାଉତଙ୍କୁ ଉପଦେଷ୍ଟା ମଣ୍ଡଳୀରେ ମାର୍ଗଦର୍ଶକ ଭାବରେ ଦାୟିତ୍ୱ ପ୍ରଦାନ କରାଗଲା। ଏବଂ ଏହି ବୈଠକରେ ସଂଗଠନର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମକୁ ହାତକୁ ନେବେ ବୋଲି ଦୃଡୋକ୍ତି ପ୍ରକାଶ କରିଥିଲେ। ଏଥି ସହିତ ଆଗାମୀ ଡିସେମ୍ବର ୯ ତାରିଖ କାନ୍ତକବିଙ୍କର ଜନ୍ମଜୟନ୍ତୀ ଉପଲକ୍ଷେ ସଂଗଠନ ପକ୍ଷରୁ କୁବେରା ପ୍ରାଥମିକ ବିଦ୍ୟାଳୟରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଅଛି। ଏହି ବୈଠକରେ ମଧ୍ୟ ରକ୍ତଦାନ ଶିବିର ସୁଚାରୁରୂପେ କିପରି ଭାବରେ ଆୟୋଜନ କରାଯାଇପାରିବ। ଏହି ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ସଂଗଠନର ଏହିଭଳି ଏକ ମହତ କାର୍ଯ୍ୟକୁ ସୁପରିଚାଳନା କରିବା ପାଇଁ ସଂଗଠନ ବରିଷ୍ଠ ଶିକ୍ଷାବିତ ଏବଂ ବୁଦ୍ଧିଜୀବିଙ୍କ ମହଲରୁ ସହଯୋଗ ଓ ସାହାଯ୍ୟ ରହିବ ବୋଲି ଆଶ୍ୱାସନା ପ୍ରଦାନ କରିଛନ୍ତି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ
