ପୋଲିସ ପୋଷାକରେ ସମାଜସେବା

ଭଦ୍ରକବାସୀ ଜିଲ୍ଲାରେ ଏକ ମେଡିକାଲ କଲେଜ ଖୋଲିବା ନେଇ ଅନେକ ଆନ୍ଦୋଳନ କଲେ,ଭଦ୍ରକ ବନ୍ଦ କଲେ, ଜନ ପ୍ରତିନିଧିଙ୍କ ଘର ଆଗରେ ବସିଲେ ଶେଷରେ ଥକି ପଡ଼ିଲେ ,ଏହି ଦାବି ଏବେ ଶୀତଳ ଭଣ୍ଡାରରେ !! ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ରୋଗୀ ଦୈନିକ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି ହେଲେ ଏଠାରେ ଚିକିତ୍ସା ବଦଳରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଫେରୁଛନ୍ତି କଟକ। କେହି ଶୁଣିବାକୁ ନାହାଁନ୍ତି, ନୂଆ ମେଡିକାଲ ହେବ ଆଉ ସେଠାରେ ସେମାନେ ଚିକିତ୍ସା ହେବେ ବୋଲି ଅପେକ୍ଷାରେ ଅଛନ୍ତି । ହେଲେ ଏହି ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ଅବ୍ୟବସ୍ଥା ଉପରେ ଜଣେ ପୁଲିସ କର୍ମୀ ଓ ଭଦ୍ରକ ସାଂସଦଙ୍କ PSO ସାମାଜିକ ଗଣମାଧ୍ୟମ ଓ ନ୍ୟୁଜ ମାଧ୍ୟମରେ ସମସ୍ତ ଗୁମର ଖୋଲି ଦେଇଛନ୍ତି ,ଯାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଯେ ମାନବିକତାର ପରିଚୟ ଦେଲେ ଜଣେ କର୍ତ୍ତବ୍ୟରତ ପୁଲିସ କର୍ମୀ ଅଶୋକ ବେହେରା । ଏହି ଖବର ଦୀର୍ଘ ଚାରିଦିନ ଧରି ବିଭିନ୍ନ ଆଡେ ଚର୍ଚ୍ଚାରେ ରହିଛି। ଭଦ୍ରକ ଡାହାଣିଗଢିଆ ଠାରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ୩ ଜଣ ବ୍ୟକ୍ତିଙ୍କୁ ସେହି ସମୟରେ ମର୍ଣ୍ଣିୱାକ କରୁଥିବା ପୋଲିସ କର୍ମଚାରୀ ତଥା ଭଦ୍ରକ ସାଂସଦଙ୍କ ପିଏସଓ ଅଶୋକ କୁମାର ବେହେରା ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡକାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ଆଶୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଇଥିଲେ । ଏହାପରେ ସେମାନଙ୍କୁ ମେଡିକାଲ ବେଡ଼କୁ ନେବା ସମୟରେ ନା ସେଠାରେ କେହି ଏଟେନଡେଣ୍ଟ ଥିଲେ , ନା ଲିଫ୍ଟର ବ୍ୟବସ୍ଥା ଥିଲା, ନା ଉପର ତାଲାକୁ ଯିବାକୁ କୌଣସି ବିକଳ୍ପ ବ୍ୟବସ୍ଥା । ଶେଷରେ ବାଧ୍ୟ ହୋଇ ସେ ନିଜେ ରୋଗୀ ମାନଙ୍କୁ କାନ୍ଧରେ କାନ୍ଧେଇକି ବଡ଼ କଷ୍ଟରେ ବେଡ଼କୁ ନେବାର ଦୃଶ୍ୟ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ଦେଖିବାକୁ ମିଳିଥିଲା । ତାଙ୍କର ଏତାଦୃଶ୍ୟ ମହତ କାର୍ଯ୍ୟ ପାଇଁ ବିଭିନ୍ନ ଆଡୁ ଆସିଲା ଶୁଭେଚ୍ଛାର ବାର୍ତ୍ତା । ଆମେବି ତାଙ୍କ କାର୍ଯ୍ୟକୁ ପ୍ରଶଂସା କଲୁ ,ହେଲେ ଏ ସମସ୍ୟାକୁ ବୁଝିବ କିଏ !! ସେ ସାଂସଦଙ୍କ ପାଖ ଲୋକ ।ସାଂସଦ ଓ ବିଧାୟକ ସମସ୍ତେ ମିଳିମିଶି ଅନେକ କାର୍ଯ୍ୟ କରୁଛନ୍ତି,ଶୁଭ ଦେଉଛନ୍ତି, ଅନେକ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରୁଛନ୍ତି। ନୂଆ ମେଡିକାଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି ହେଲେ ଏପରି ସମସ୍ୟା ବିଷୟରେ କେମିତି ଜାଣି ପାରୁ ନାହାଁନ୍ତି। ଦୈନିକ ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ମେଡିକାଲ ସମସ୍ୟା ବିଷୟରେ ଖବର ପ୍ରକାଶ ପାଉଥିବା ବେଳେ ଏହାର ସମାଧାନ ପାଇଁ ଆମ ଜନ ପ୍ରତିନିଧି କାହିଁକି ତତ୍ପର ନୁହେଁ । ଏପରି ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ଭଦ୍ରକ ମିଡିଆ କ୍ଳବ ପକ୍ଷରୁ ଆମେ ଅନେକ ଅନେକ ଧନ୍ୟବାଦ ଦେଉଛୁ ଅଶୋକକୁ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *