ଫୁଲବାଣୀରେ ପ୍ରଶାସନ ପକ୍ଷରୁ ସୋଲିଡ଼ାରିଟି ବାଇକ୍ ରାଲି।
ଫୁଲବାଣୀ:ନିପ୍ର:-୧୫/୦୫ରାଷ୍ଟ୍ରହିତ ରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ ଆଜି ଦିବା ୮. ୦୦ ଘଟିକା ରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ଏହି ବାଇକ ରାଲିର ଶୁଭାରମ୍ଭ କରିଥିଲେ । ରାଲିଟି କନ୍ଧମାଳ ଷ୍ଟାଡିୟମ ରୁ ବାହାରି ଫୁଲବାଣୀ ସହର ପରିକ୍ରମା କରି କୋରୋନେସନ୍ ପଡ଼ିଆ ଠାରେ ଶେଷ ହୋଇଥିଲା ।

ଏହି ବାଇକ ରାଲିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, , ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ସରକାରୀ ଅଧିକାରୀ, ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ସାଧାରଣ ଜନତା ଓ ଗଣ ମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।
