ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବ ସୁନିଶ୍ଚିତ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ଭୂମିକା ଶିର୍ଷକ ଆଲୋଚନା

ଫୁଲବାଣୀ:ନିପ୍ର:-୧୫/୦୫କନ୍ଧମାଳ ଜିଲ୍ଲା ରାଜ୍ୟରେ ଆକାଂକ୍ଷା ଜିଲ୍ଲା ଭାବରେ ପରିଗଣିତ ହେଉଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରଧାନ୍ୟ ଦିଆଯାଉଛି । ସେଥି ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ରେ ଅଧିକରୁ ଅଧିକ ତର ଉନ୍ନତି ପାଇଁ ଚେଷ୍ଟା କରାଯାଉଛି । ସରକାରଙ୍କ ଚେଷ୍ଟା ଓ ସହାୟତା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ସହଯୋଗ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରି ଜିଲ୍ଲା ରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବ କୁ ତ୍ୱରାନ୍ୱିତ କରିପାରିଛି । ଏହି ପରିପ୍ରେକ୍ଷୀରେ ସାରଙ୍ଗଗଡ ସ୍ଥିତ ସଲାଗୁଡା ଗ୍ରାମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ଦ୍ୱାରା ସୁରକ୍ଷିତ ମାତୃତ୍ୱ ଓ ଆନୁଷ୍ଠାନିକ ପ୍ରସବ କୁ ସୁନିଶ୍ଚିତ କରାଇବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ଭୂମିକା ଶିର୍ଷକ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗ୍ରମାଂଚଳରେ ଥିବା ଅନ୍ଧବିଶ୍ୱାଶ ଓ କୁସଂସ୍କାର କୁ ଦୂରକରି କିପରି ସତ ପ୍ରତିସତ ପ୍ରସବ କୁ ଆନୁଷ୍ଠାନିକ କରି ସୁରକ୍ଷିତ ମାତୃତ୍ୱ ଦିଆଯାଇପାରିବ ତାହା ହେଉଛି ଆଜିର କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦେ୍ଦ୍ୟଶ୍ୟ । ରେଡିଓ ସ୍ୱାତୀ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ବରିଷ୍ଠ କର୍ମୀ ବିଶ୍ୱରଞନ କର ଉପସ୍ଥିତ ରହି ଗ୍ରମାଂଚଳ ର ବିଭିନ୍ନ ଭ୍ରାନ୍ତ ଧାରଣା କିପରି ସୁସ୍ଥ ଶିଶୁ ଜନ୍ମ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ତାହା କିଛି ସ୍ଥାନୀୟ ଅଂଚଳ ର ଉଦାହରଣ ଦେଇ ବୁଝାଇବା ସହିତ କିପରି ଜଣେ ଗର୍ଭବତୀ ମା ତାଙ୍କର ପରିବାରର ସହଯୋଗରେ ସାମାଜକୁ ଜଣେ ସୁସ୍ଥ ଶିଶୁ ଦେଇପାରିବ ତାହା ସୂଚନା ଦେଇଥିଲେ । ଜିଲ୍ଲା ର ମାତୃ ଓ ଶିଶୁ ମୃତ୍ୟୁ ହାରା ଧିରେ ଧିରେ ସୁଧୁରୁଥିବା ବେଳେ ଅଧିକ ଜନ ସଚେତନତା ଦ୍ୱାରା ଏହାକୁ ଆହୁରି କମା ଯାଇପାରିବ ବୋଲି ଆନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ କହିଛନ୍ତି ।

ଆହୁରି ମଧ୍ୟ ସ୍ୱାତୀ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିସାବରେ ଥିବା ଦାୟିତ୍ୱ କୁ ତୁଲାଇବାକୁ ଯାଇ ଆବଶ୍ୟକ ହେଲେ ବିଭିନ୍ନ ଅପହଂଚ ଅଂଚଳ ରେ ଏହିପରି ଆଲୋଚନା ଚକ୍ର ଆୟୋଜନ କରି ସଚେତନତା ବାର୍ତା ପହଂଚାଯିବ ବୋଲି କହିଥିଲେ । ସୁରକ୍ଷିତ ମାତୃତ୍ୱ ପାଇଁ ଆବଶ୍ୟକ ପୋଷଣ ଓ ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ବାର୍ତା ରେଡିଓ ସ୍ୱାତୀ ତରଫରୁ ୯୦.୮ ଏଫ୍.ଏମ୍ ମାଧ୍ୟମରେ ନିରନ୍ତର ଭାବରେ ଦିଆଯାଉଛି ଏବଂ ଆଗକୁ ମଧ୍ୟ ଏହା ଯାରି ରହିବ ବୋଲି ସୂଚନା ଦେଇଥିଲେ । ତତ୍ସହିତ ସ୍ଥାନୀୟ ଆଶା କର୍ମୀ ଆରତି ପ୍ରଧାନ, ଅଙ୍ଗନଓାଡି କର୍ମୀ ମୌସୁମୀ ପ୍ରଧାନ ଓ ଲିଲିମା ପ୍ରଧାନ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଦିଆଯାଉଥିବା ସେବା ଗୁଡିକ ବିଷୟରେ ଅବଗତ କରାଇବା ସହିତ ସମସ୍ତେ ଆନୁଷ୍ଠାନିକ ପ୍ରସବ କୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମୀ ମଧୁଷ୍ମିତା ଜାନି ଦନ୍ୟବାଦ ଅର୍ପଣ କରିଥିବା ବେଳେ ପରିଚାଳନା ରେ ଆଶାଦୀପ ନାୟକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *