ଏସ୍ପି ପୁରୀଙ୍କ ରଥଖଳା ପରିଦର୍ଶନ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ
ଏସ୍ପି ପୁରୀଙ୍କ ରଥଖଳା ପରିଦର୍ଶନ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ l ରଥଯାତ୍ରା ୨୦୨୬ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଥିବା ବେଳେ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଏସ୍ପି ଶ୍ରୀ ସିଂ ରଥ ନିର୍ମାଣ କାର୍ଯ୍ୟର ସେବକମାନଙ୍କ ସହ ଆଲୋଚନା କରିଥିଲେ।ଏଥି ସହ ରଥଖଳା ପରିସରରେ ଏକ ବିଶେଷ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି, ଯାହା ୨୪ ଘଣ୍ଟା କାର୍ଯ୍ୟରତ ରହି ରଥ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ

ନିରନ୍ତର ନଜର ରଖିବା ସହ ସମୟୋପଯୋଗୀ ପଦକ୍ଷେପ ନିବାହ କରିବ ଯାହାର ଏସ୍ପି ପୁରୀ ସମୀକ୍ଷା କରିଥିଲେ । ପୁରୀ ପୋଲିସ ରଥଯାତ୍ରା ସମୟରେ ସୁରକ୍ଷା, ଶୃଙ୍ଖଳା ଓ ସୁଚାରୁ ବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ରହିଛି । ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।
