ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ ହେବ

ପୁରୀ ୨୯/୫ ସମଗ୍ର ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ ହେବ।ସମସ୍ତ ବୁଥ ସ୍ତରୀୟ ଅଧିକାରୀ ବା ବିଏଲଓ ମାନେ ଆସନ୍ତା କାଲି ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ପରିଦର୍ଶନ କରିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ। ଆଜି ଅପରାହ୍ନ ରେ ପୁରୀ ନୀଳାଦ୍ରି ବିଚ ଠାରେ ଏସଆଇଆର ସମ୍ପର୍କିତ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରସ୍ତୁତ ଏକ ବାଲୁକା କଳା କୁ ଉଦଘାଟନ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଆସନ୍ତା କାଲି ଠାରୁ ବିଏଲଓ ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଫର୍ମ ଯୋଗାଇ ଦେବେ। ଗୋଟିଏ କପି ଭୋଟର ରଖିବା ଉଚିତ ଏବଂ ଅନ୍ୟଟି ସମ୍ପୃକ୍ତ ବିଏଲଓ ଙ୍କ ନିକଟରେ ଦାଖଲ କରିବା ଉଚିତ। ଯଦି କୌଣସି ଭୋଟରଙ୍କ ନାମ, ପିତାଙ୍କ ନାମ, ଜନ୍ମ ତାରିଖ, ଠିକଣା କିମ୍ବା ଫଟୋଗ୍ରାଫରେ କୌଣସି ତ୍ରୁଟି ଥାଏ, ତେବେ ବିଏଲଓ ସେମାନଙ୍କୁ ସଂଶୋଧନ କରିବାରେ ସହାୟତା କରିବେ ବୋଲି ଶ୍ରୀ ଗୋପାଳନ କହିବା ସହ ସମସ୍ତେ ଏହି ଜାତୀୟ କାର୍ଯ୍ୟ ରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ଗ୍ରୀଷ୍ମ ପ୍ରବାହ ଲାଗି ବିଏଲଓ ମାନେ ସକାଳେ ଘର କୁ ଘର ପରିଦର୍ଶନ କରିବେ ଏବଂ ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସେମାନଙ୍କ ସମ୍ପୃକ୍ତ ବୁଥ୍ ରେ ଉପଲବ୍ଧ ରହିବେ।ରାଜ୍ୟରେ ପ୍ରାୟ ଶତକଡା ୯୫ ଭାଗ ମ୍ୟାପିଂ ହୋଇଛି।ଯାହା ଏକ ବଡ ସଫଳତା ବୋଲି କହିବା ସହ ସମସ୍ତ ବିଏଲଓ ମାନଙ୍କୁ ଶ୍ରୀ ଗୋପାଳନ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପୁରୀ ଜିଲ୍ଲାର ଏସଆଇଆର କାର୍ଯ୍ୟ କ୍ରମର ସୂଚନା ପ୍ରଦାନ ସହ ବିଏଲଓ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ।ଭୋଟର ମାନେ ନିର୍ବାଚନ କମିଶନର ଅଫିସିଆଲ୍ ୱେବସାଇଟ୍ (voters.eci.gov.in) ରୁ ଫର୍ମ ଡାଉନଲୋଡ୍ କରିପାରିବେ, ସେଗୁଡ଼ିକୁ ପୂରଣ କରିପାରିବେ ଏବଂ ଅନଲାଇନରେ ଅପଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ ଯେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିବା ଭୋଟରମାନଙ୍କୁ ବିଏଲଓମାନେ ପୂର୍ଣ୍ଣ ସହାୟତା ଯୋଗାଇଦେବେ। ସିଇଓ ଆହୁରି ସୂଚନା ଦେଇଛନ୍ତି ଯେ ଅଣ-ଭାରତୀୟ ନାଗରିକଙ୍କୁ ସିଧାସଳଖ ଭୋଟର ତାଲିକାରୁ ବାଦ ଦିଆଯିବ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଡେପୁଟି ସିଇଓ ଲକ୍ଷ୍ମୀପ୍ରସାଦ ସାହୁ,ଅନାମିକା ସିଂହ ,ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ସଞ୍ଜୟ

ଲୁଗୁନ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଉପ ସଚିବ ଶାଶ୍ବତ ପ୍ରଧାନ ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ନିର୍ବାଚନ ଡେପୁଟି କଲେକ୍ଟର ରୁନୀତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ପରାମର୍ଶ କ୍ରମେ ବିଏଲଓ ଓ ବିଏଲଓ ସୁପରଭାଇଜର ନିଜର ଅଭିଜ୍ଞତା ଓ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ସୂଚନା ଯୋଗ୍ୟ ଯେ ଏସଆଇଆର ପାଇଁ ଯୋଗ୍ୟତା ତାରିଖ ଚଳିତ ବର୍ଷ ଜୁଲାଇ ୧ ଧାର୍ଯ୍ୟ କରାଯାଇଛି।ମଇ ୩୦ ତାରିଖ ଠାରୁ ଜୁନ ୨୮ ପର୍ଯ୍ୟନ୍ତ ବିଏଲଓ ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ,ଜୁନ ୨୮ ସୁଦ୍ଧା ବୁଥ ଗୁଡିକ ର ଯୁକ୍ତି ସଂଗତ ପୁନର୍ବିନ୍ୟାସ,ଖସଡ଼ା ଭୋଟର ତାଲିକା ପ୍ରକାଶ ଜୁଲାଇ ୫ ତାରିଖ, ଦାବି ଓ ଆପତ୍ତି ସମୟ ସୀମା ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ,ନୋଟିସ ପର୍ଯ୍ୟାୟ,ଦାବି ଓ ଆପତ୍ତି ର ନିଷ୍ପତ୍ତି ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଓ ସେପ୍ଟେମ୍ବର ୬ ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।ଆଜିର କାର୍ଯ୍ୟକ୍ରମ ଅବସରରେ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *