ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପେଶlଲ୍ ସର୍କିଟ ହାଉସ ଠାରେ ଗୁରୁତ୍ବ ପୂର୍ଣ୍ଣ ବୈଠକ

* – ପୁରୀ – 29-04- ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ର ଏକ ଗୁରୁତ୍ବ ପୂର୍ଣ୍ଣ ସଭା ଅନୁଷ୍ଟିତ ହୋଇ ଯାଇଛି l ପୁରୀ ଏସ ଡି ଏମ ତଥା ଉପ – ଜିଲ୍ଲାପାଳ ଗୋପୀନାଥ କୁଅଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ଏସ ପି (ଟ୍ରାଫିକ) ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ , ସମସ୍ତ ଥାନା ଭାରପ୍ରାପ୍ତ ଅଧିକାରୀ, ଓ ଆଇ ସି ( ଜି ଆର୍ ପି ଏସ,) ଅଟୋ ରିକ୍ସା ମହାସଂଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସାମିଲ୍ ରହି ଥିଲେ l ଗାଡ଼ି ଚଳାଇବା ବେଳେ ନିଶା ସେବନ ନ କରିବାକୁ , ମୋବାଇଲ ଫୋନ୍ ବ୍ୟବହାର ନ କରିବାକୁ, ପାସେଞ୍ଜର ଓଭର ଲୋଡ ନ କରିବାକୁ , ନିର୍ଦ୍ଧାରିତ ହୋଇଥିବା ସର୍ଵ ନିମ୍ନ ଦର ତାଲିକା ଗାଡ଼ି ରେ ଡିସ୍ପ୍ଲେ କରିବାକୁ , ଏଣେ ତେଣେ ପାର୍କିଂ ନ କରିବାକୁ ଏବଂ ପ୍ରତ୍ୟେକ ଗାଡ଼ି ମାନଙ୍କ ର ଲାଇସେନ୍ସ ଓ ସମସ୍ତ କାଗଜ ପତ୍ର ଅପଡେଟ ରଖି ଦେଶ ବିଦେଶ ରୁ ଆସୁଥିବା ଅତିଥି ବା ପର୍ଯ୍ୟଟକ ଙ୍କ ଉପରେ ଶୋଷଣ ନ କରିବାକୁ ଓ ଏ ସବୁ ନିୟମ କୁ ମାନି ଚଳିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ସଜାଗ କରା ଯାଇଛି

l ପର୍ଯ୍ୟଟକ ଙ୍କ ଉପରେ ହେଉଥିବା ଶୋଷଣ କୁ ରୋକିବା କୁ ଓ ଅମାନିଆ ଅଟୋ ଚାଳକ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଜିଲ୍ଲା ପ୍ରଶାସନ ଏକ ସ୍ଵତନ୍ତ୍ର କମିଟି ଗଠନ କରିଛି l ଏଥିରେ ଉପ ଜିଲ୍ଲାପାଳ ଅଧ୍ୟକ୍ଷ ଓ ଆଞ୍ଚଳିକ ପରିବହନ ଅଧିକାରୀ ଉପାଧ୍ୟକ୍ଷ ରହିଥିବା ବେଳେ ସମସ୍ତ ଥାନା ଅଧିକାରୀ ଏହି କମିଟି ରେ ସାମିଲ ଅଛନ୍ତି l ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ରବିନ୍ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧlନ ରେ ଅନୁଷ୍ଟିତ ଏହି ବୈଠକ ରେ ପରିବହନ ବିଭାଗ , ପୋଲିସ ବିଭାଗ ଓ ଟ୍ରାଫିକ ଅଧିକାରୀ ମାନେ ଉପସ୍ଥିତ ରହି ଏହି ସବୁ ନିୟମ କୁ ମାନି ଚଳିବାକୁ ଓ ସାଧାରଣ ଜନତା ଓ ବିଶେଷ କରି ପର୍ଯ୍ୟଟକ ଙ୍କ ଧନ ଜୀବନ ଉପରେ କଠୋର ନ ହୋଇ ନିର୍ଦ୍ଧାରିତ ଦର ଲାଗୁ କରି ପର୍ଯ୍ୟାପ୍ତ ସୁବିଧା ,ସୁରକ୍ଷା ଓ ଉତ୍ତମ ବ୍ୟବହାର ଯୋଗାଇ ଦେବା କୁ ଅଟୋ ଚାଳକ ଙ୍କୁ ତାଗିଦ୍ କରିଥିଲେ l ଏବଂ ପନ୍ଦର ଦିନ ମଧ୍ୟରେ ଅଟୋ ରିକ୍ସା ମାନଙ୍କ ର ଲାଇସେନ୍ସ ଓ ଅନ୍ୟ କାଗଜ ପତ୍ର ଅପଡେଟ ନ ରଖିଲେ ଅମାନିଆ ଅଟୋ ଚାଳକ ଙ୍କ ବିରୁଦ୍ଧରେ କମିଟି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ବୈଠକ ରେ ନିଷ୍ପତ୍ତି ନିଆ ଯାଇଛି l

Leave a Reply

Your email address will not be published. Required fields are marked *