ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ବକ୍ତୃତା ପ୍ରତିଯୋଗିତା
ନେହେରୁ ଯୁବା କେନ୍ଦ୍ର, ନୟାଗଡ଼ ତରଫରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ଦେଶପ୍ରେମ ଏବଂ ରାଷ୍ଟ୍ର ନିର୍ମାଣ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଆଶୁତୋଷ ଦାସ ପରିଚାଳନା କରିଥିଲେ। ହରିହର ସାହୁ ପ୍ରଥମ ସ୍ଥାନ, ଲୋୟେଶା ରାଣୀ ସିଂ ଦ୍ଵିତୀୟ ସ୍ଥାନ ଓ ଶ୍ରୀୟା ସ୍ବାତୀ ମିଶ୍ର ତୃତୀୟ ସ୍ଥାନ ହାସଲ କରି ସାର୍ଟିଫିକେଟ ହାସଲ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ଯଥାକ୍ରମେ ପାଞ୍ଚ ହଜାର, ଦୁଇ ହଜାର ଓ ଏକ ହଜାର ପ୍ରଦାନ କରିଯିବ ବୋଲି ସୂଚନା ମିଳିଛି। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଶକ୍ତିର ବିକାଶ ହେବ ବୋଲି ନୟାଗଡ଼ ମହାବିଦ୍ୟାଳୟର ଅର୍ଥନୀତି ଶାସ୍ତ୍ରର ଅଧ୍ୟାପକ କହିବା ସହ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଅନୁଷ୍ଠାନକୁ ସାଧୁବାଦ ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶଶୀ ମିଶ୍ରଙ୍କ ସହଯୋଗ ଥିଲା।
ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”ନୟାଗଡ଼।
