ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଆଜି ଭଦ୍ରକ ଜିଲ୍ଲାର ତିହିଡି ପଞ୍ଚାୟତ ର ଆରୁହା ସିନ୍ଦୋଳ ଗ୍ରାମ ଠାରେ ହନୁମାନ ମନ୍ଦିର ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ବାସୀ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୪ ଟି ପଞ୍ଚାୟତ ବାସୀ ଏକ ହୋଇ ସହଯୋଗ ରେ ହାତ ବଢ଼ାଇ ୧୨ ଫୁଟ ଉଚ୍ଚତା ର ଏକ ହନୁମାନ ଙ୍କ ମୃତ୍ତି ସ୍ଥାପନ କରାଯାଇଥିଲା। ସିନ୍ଦୋଳ ଗ୍ରାମ ର ସରପଞ୍ଚ ସୁ ପ୍ରଭା ପାଣି , ଦେବେନ୍ଦ୍ର ନାୟକ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଭଦ୍ରକ ଯୁବ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ଚାନ୍ଦବାଲି ବିଧାୟକ ନିମନ୍ତ୍ରିତ କରାଯାଇଥିଲା। ସିନ୍ଦୋଳ ପଞ୍ଚାୟତ ର ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଥିଲା। ଜୟ ଶ୍ରୀ ରାମ ଧ୍ବନି ରେ କମ୍ପି ଉଠିଲା, ଶଙ୍ଖ ନାଦ ରେ ଅଞ୍ଚଳ ବାସୀ ହନୁମାନ ଙ୍କୁ ସ୍ମରଣ କରି ପୁଷ୍ପାଞ୍ଜଳୀ ଦେଇ ଥିଲେ। ଅଙ୍କୁରା ରୋପଣ ଅଧିବାସ ,କଳସ ଶୋଭାଯାତ୍ରା , ମନ୍ଦିର ପ୍ରତିଷ୍ଠା ବିଗ୍ରହ ପ୍ରତିଷ୍ଠା ଓ ୪୦ କିଲୋ ଗ୍ରାମ ର ଘିଅ ରେ ଯଞ କରାଯାଇଥିଲା। ଏହା ତିନି ଦିନ ଧରି କାର୍ଯ୍ୟକ୍ରମ କରାଯିବ ବୋଲିି ଅନୁଷ୍ଠାନ ପକ୍ଷ ରୁ ସୂଚନା ଦିଆଯାଇଛି। ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି।
