ଗୁହାରୀ ବୁଝିଲେନି ଅଧିକାରୀ

ଗୁହାରୀ ବୁଝିଲେନି ଅଧିକାରୀ , ପୋଖରୀରୁ ଦଳ ସଫା କଲେ ଗାଁ ଲୋକେ ।
ହିଞ୍ଜିଳିକାଟୁ ୧/୦୩/୨୬ () ତ୍ରିସ୍ତରୀୟ ଶାସନ ଆସିବା ଦିନ ଠାରୁ ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ସରପଞ୍ଚ ଓ ସମିତିସଭ୍ଯ /ସଭ୍ଯାମାନେ ବହୁ ଉନ୍ନୟନ କାର୍ଯ୍ୟ କରି ଦେଖାଇଲେ ।କାଗଜ ବାଘରେ ଏପରିକି ଗାଁ ପରିମଳ କଥା ହେଉ ବା ଉନ୍ନୟନ ମୂଳକ କାର୍ଯ୍ୟ ହେଉ ସବୁ ସାରିଦେଲେ । ଏହି କାଗଜ ବାଘ କଥା ଗାଁ ଗାଧୁଆ ତୁଠରେ ନହେଲେ ଲୋଟା ଧରି ବାଟରେ ଝାଡା ଫେରିବା ବେଳେ ସବୁ ଆଲୋଚନା ହୁଏ । ଏହାଯେ କ୍ଷମତାକୁ ଆସିବା ପୂର୍ବରୁ ଭଦ୍ରବ୍ୟକ୍ତି ଜଣଙ୍କ ଗର୍ଜନକରି ବିଭିନ୍ନ ପ୍ରକାର ସ୍ଳୋଗାନ ଦେଇ ଗାଁରେ ଉନ୍ନତି ନେଇ ଅନର୍ଗଳ ଭାଷଣ ଦେଉଥିଲେ । କିନ୍ତୁ ଶାସନ କ୍ଷମତାକୁ ଆସିବା ପରେ ମେଣ୍ଟ କରି କମ ସମୟରେ ଅଳ୍ପ ଖର୍ଚ୍ଚ କଲେ କିପରି ଅଧିକ ଅର୍ଥ ଆଦାୟ ହୋଇପାରିବ ସମସ୍ତେ ଏ ଚର୍ଚ୍ଚା କରିଥାନ୍ତି । ଏଭଳି ସମସ୍ୟା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ବୁରୁପଡା ପଞ୍ଚାୟତର ପୋଡଙ୍ଗି ଗାଁରେ ଶୁଣିବାରେ ମିଳିଛି । ଖବରମୁତାବକ ଗାଁ ମୁଖିଆକୁ ପୋଖରୀ ଦଳ ବଢ଼ି ବହୁ ଦିନରୁ ପାଣି ଦୂଷିତ ହେବାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ନଜରରେ ଆଣିନଥିଲେ । ଏହା ପରେ ଗାଁ ଲୋକେ ସ୍ଥାନୀୟ ବ୍ଳକ ଅଧିକାରୀଙ୍କୁ ମଧ୍ୟ ସଫାସୁତୁରା ନେଇ ଅଭିଯୋଗ କରିଥିଲେ । ଉଭୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନଜରରେ ଆଣିନଥିବା ଯୁବ ସମାଜସେବୀ ସୋହନ କୁମାର ଗୌତମ ଅଭିଯୋଗ କରିଛନ୍ତି । ଫଳରେ ପୋଡ଼ଙ୍ଗି ଗ୍ରାମର କିଛି ଯୁବସମାଜକୁ ସାଥିରେ ନେଇ ଦୈନନ୍ଦିନ ବ୍ଯବହାରରେ ଆସୁଥିବା ପୋଖରୀରୁ ଦଳ ଉଦ୍ଧାର କାର୍ଯ୍ୟ କରୁଥିଲେ । ସମାଜସେବୀ ସୋହନ କୁମାର ଗୌତମଙ୍କ ସୁଚନାନୁଯାଇ ଜଗନ୍ନାଥ ଗୌଡ, ବାବୁ ଗୌଡ, ସମୀର ବେହେରା, ସୁରେନ୍ଦ୍ର ବେହେରା , ଭାସ୍କର ବେହେରା, ଶିଶିର ପାଢ଼ୀ, ପବିତ୍ର ପାଢ଼ୀ, ଲିଙ୍ଗରାଜ ଗୌଡ, ଘନ ଗୌଡଙ୍କ ଦ୍ଵାରା ଶନିବାର ଦିନ ନେଳିଆ ବନ୍ଧର ଦଳ ଉଦ୍ଧାର କରୁଥିଲେ । ସେହିଭଳି ବୁରୁପଡା ଶେରଗଡ ଯିବା ରାସ୍ତା କଡରେ କୁଢ଼କୁଢ଼ ମଇଳା ଆବର୍ଜନା ପଡିରହିଥିବା ଦେଖାଦେଇଛି ।ତେବେ ସ୍ବଚ୍ଛତା ନେଇ ଆସୁଥିବା ଅର୍ଥ କେଉଁଠି ଓ କେଉଁ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠୁଛି । ଗ୍ରାମାଞ୍ଚଳରେ ଉନ୍ନତି ଓ ବିକାଶରେ ବିଭିନ୍ନ ଯୋଜନା ଯୋଗାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଛନ୍ତି ଓ କୋଟି କୋଟି କୋଟି ଟଙ୍କା ମଧ୍ଯ ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ ଭିନ୍ନ ରହିଛି ।

Leave a Reply

Your email address will not be published. Required fields are marked *