କୁଶୁମାଟି ଛଣଘର ଠାରେଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଶ୍ରୀ ମାଆ କାଳିକା ଦେବୀ ମେଳଣ ଉତ୍ସବ
ଜଟଣୀ ବ୍ଲକ ଅନ୍ତର୍ଗତ କୁଶୁମାଟି ଛଣଘର ପଞ୍ଚାୟତର କୁଶୁମାଟି ସ୍ଥିତ ଶ୍ରୀ ଶ୍ରୀ ମାଆ କାଳିକା ଦେବୀ ମେଳଣ ପଡିଆଠାରେ ଭାଗବତ ମେଳଣ ଏପ୍ରିଲ ୩୦ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇ ମେ ମାସ ତିନି ତାରିଖରେ ଶେଷହେବ ବୋଲି ମେଳଣ କମିଟିର କର୍ମକର୍ତ୍ତା ମାନେ ଆହୂତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନା ବଜାର, ଅପେରା, ଓଡ଼ିଶୀ ନୃତ୍ୟ,ଓ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ମେଳଣ ପରିଚାଳନା କମିଟିର କର୍ମକର୍ତ୍ତାମାନେ କହିଥିଲେକି ମାଆ କାଲିକା ଦେବୀ ମେଳଣ ବହୁ ପ୍ରାଚୀନ ।

ଏହା କଣ୍ଢେଇ ମେଳଣ ନାମରେ ବେଶ ଜଣାଶୁଣା ଥିଲା । କାଳକ୍ରମେ କିଛି ବର୍ଷ ଧରି ଏହି ମେଲଣ ବନ୍ଦ ଥିଲା । ୨୦୨୪ ମସିଆଠାରୁ ଗ୍ରାମବାସୀ ମାନେ ଏହି ମା କାଳିକା ଦେବୀ ମେଳଣର ପୁନରୁଦ୍ଧାର କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜଟଣୀ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ମେଳଣ ପରିଚାଳନା କମିଟିର ସଭାପତି ସଂଗ୍ରାମ କେଶରୀ ରାଉତରାୟ,, ଛଣଘର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ, ବର୍ତ୍ତମାନର ସରପଞ୍ଚ ଶ୍ରୀମତୀ ସୁଭାଷିନୀ ବିଶ୍ବାଳ, ସମିତି ସଭ୍ୟ ସତ୍ୟଭାମା ରାଉତରାୟ, ମେଳଣ କମିଟିର ସମ୍ପାଦକ ବେଣୁଧର ବେହେରା, ଦିଲ୍ଲୀପ ଜେନା, ଶ୍ରୀବତ୍ସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
