ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପନୀ ଉତ୍ସବ

କଟକ ,୨୮/୧୦/୨୦୨୧,କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ସାତଦିନ(୨୨ ରୁ ୨୮ ଅକ୍ଟୋବର) ଧରି ଚାଲିଥିବା ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ର ଉଦଯାପନୀ ଉତ୍ସବ ସମ୍ପୂର୍ଣ୍ଣ ହୋଇଛି । କଥାବ୍ୟାସ ପ୍ରବଚକ ପଣ୍ଡିତ ରାମ ନିରଞ୍ଜନ ଦାସଜୀ ମହାରାଜ ଏକାଦଶ ଅଧ୍ୟାୟ ପ୍ରବଚନ ମାଧ୍ୟମରେ ବ୍ୟାଖ୍ୟା କରିଥିଲେ ।ଏହି ପ୍ରବଚନ ମାଧ୍ୟମରେ ସେ କୃଷ୍ଣ ରୁକ୍ମିଣୀ ବିବାହ, ସତ୍ୟଭାମା ବିବାହ, ସୁଦାମା ଙ୍କ କୃଷ୍ଣଙ୍କ ସହିତ ଭେଟ, ଭଗବାନଙ୍କ ଗୃହସ୍ଥ ଲୀଳା ଦର୍ଶନ ପାଇଁ ନାରଦଙ୍କ ଆଗମନ, ଯଦୁଵଂଶ କୁ ବ୍ରାହ୍ମଣ ଙ୍କ ଅଭିଶାପ ପ୍ରମୁଖ ବିଷୟରେ ବ୍ୟାଖ୍ୟା ଥିଲେ । ଉଦଯାପନୀ ଉତ୍ସବ ଅବସରରେ ବିଶ୍ୱର କଲ୍ୟାଣ, କରୋନା ମହାମାରୀ ରୁ ମାନବ ସମାଜର ରକ୍ଷା, ଗୋମାତାଙ୍କ ସୁରକ୍ଷା ଓ ଗ୍ରାମବାସୀ ମାନଙ୍କ କଲ୍ୟାଣ ନିମନ୍ତେ ଯଜ୍ଞ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପୁରୋଧା ପଣ୍ଡିତ ଗୋପାଳ କୃଷ୍ଣ ଦାସଜୀ ମହାରାଜ,ଗୋବିନ୍ଦପୁର ମଠର ପିତାମ୍ବର ଦାସଜୀ ମହାରାଜ,ପୁରୀ ତୋଟା ଗୋପୀନାଥ ମଠର ପରାୟଣ ବ୍ୟାସ ଶ୍ରୀ ପିତବାସ ଶୁକ୍ଲା, ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ପଞ୍ଚୁ ପଣ୍ଡା,ଶିକ୍ଷକ ତପନ କୁମାର ପଣ୍ଡା (କରଡ଼ାପଲ୍ଲୀ ), ଶିକ୍ଷକ ସୀତାକାନ୍ତ ପାଣିଗ୍ରାହୀ, କଣ୍ଠଶିଳ୍ପୀ ଦିଲ୍ଲୀପ ପାଣିଗ୍ରାହୀ,ବୁଦ୍ଧେଶ୍ୱର ପଣ୍ଡା,ଶିକ୍ଷକ ଓ ଚିତ୍ରକାର ଶ୍ରୀକାନ୍ତ ପାଣିଗ୍ରାହୀ, ସମାଜସେବୀ ଜୟପ୍ରକାଶ ମିଶ୍ର, ହରିବନ୍ଧୁ ପଣ୍ଡା, ଜଗନ୍ନାଥ ପଣ୍ଡା,ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା,ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ ଦାସ , ସହଯୋଗୀ କଣ୍ଠଶିଳ୍ପୀ ଯଦୁମଣି ରଣା,ଶିକ୍ଷକ ବିଜୟ ମହାନ୍ତି,ଗୁରୁବାରୀ ପଣ୍ଡା,ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା,ଶରତ କୁମାର ଦାସ, ପ୍ରଶାନ୍ତ କୁମାର ମହାନ୍ତି, ଶତ୍ରୁଘ୍ନ ପଣ୍ଡା,ପୀତବାସ ପଣ୍ଡା,ନଗେନ ପଣ୍ଡା, ପୁରୁଷୋତ୍ତମ ପଣ୍ଡା,ଦେବ ପଣ୍ଡା,ବିକାଶ ସ୍ୱାଇଁ, ସିଦ୍ଧାର୍ଥ ବେହେରା ଏବଂ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *