ସେଣ୍ଟ ଜାଭିୟର ସ୍କୁଲର ବାର୍ଷିକ ଉତ୍ସବ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡାମାଳି ଠାରେ ସେଣ୍ଟ ଜାଭିୟର ସ୍କୁଲର ନବମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ଅଧକ୍ଷ ଶଶିଭୂଷଣ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।।ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଯୋଗଦେଇ କହିଥିଲେ ଛାତ୍ରଛାତ୍ରି ମାନଙ୍କୁ ଉତ୍ତମରୂପେ ଗଢିତୋଳି ଭଲ ଓ ବଡମଣିଷ କରି ଜାତିର କଲ୍ୟାଣରେ ବିନିଯୋଗ କରିବା କ୍ଷେତ୍ରରେ ଶିକ୍ଷୟତ୍ରି ଓ ଶିକ୍ଷକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ।।ସୁନ୍ଦର ପରିବେଶ ଭିତରେ ଇଂରାଜୀ ଶିକ୍ଷା ପ୍ରଦାନ କରିଥିବା ର ଭୂମିକା ନିଭାଉଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।ଅଭିଭାବକ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଏକ ସୁନ୍ଦର ଅନୁଷ୍ଠାନ ସୃଷ୍ଟି ହୋଇପାରିବ ନେଇ ଅତିଥି ମାନେ ପରିପ୍ରକାଶ କରିଥିଲେ । ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସନ୍ମାନିତ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଗୋଷ୍ଠି ଉନୟନ ଅଧିକାରି ବିକାଶ କୁମାର ମହାନ୍ତି,କାମାକ୍ଷାନଗର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ମେଜର ପ୍ରଭାତ କୁମାର ଦାଶ,ପଣ୍ଡୁଆ ମହାବିଦ୍ୟାଳୟର ଅଧ୍ୟାପକ ବିଭୂଦେନ୍ଦୁ ପ୍ରଧାନ ଯୋଗଦେଇଥିଲେ।ଶେଷରେ ସ୍କୁଲ ଛାତ୍ରଛାତ୍ରିଙ୍କ ତରଫରୁ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *