ଜିଲ୍ଲା ସ୍ତରୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ

-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ସମ୍ମିଳନୀ ଓ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ବିଧାୟକ ଅମରେନ୍ଦ୍ର ଦାସ, କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଜିଲ୍ଲା ସଭାପତି ତପନ କୁମାର ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି । କଥା ଦେଇ କଥା ରଖିଲେ ମୋହନ ସରକାର । ଧାନର MSP 800 ଟଙ୍କା ବୃଦ୍ଧି କରିବା ସହିତ ଜଳସେଚନ ର ସୁବିଧା ଓ କୃଷକମାନଙ୍କ ବିଭିନ୍ନ ସମସ୍ୟା କୁ ସରକାର ଗୁରୁତ୍ୱ ହେଇ ଛନ୍ତି । ପୂର୍ବ ସରକାର ସମୟରେ ଯାହା ହୋଇ ନ ଥିଲା ମୋହନ ମାଝୀ ସରକାର ଏକ ବର୍ଷ ମଧ୍ୟରେ ତାହା କରି ପାରିଛନ୍ତି । ତେବେ ଆଗାମୀ ଦିନରେ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ସରକାର ଗୁରୁତ୍ୱ ଦେବା ସହିତ କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡ କିପରି ସୁଦୃଢ ହୋଇ ପାରିବ ସେ ନେଇ ସରକାର ପତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *