ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର ୩୧ ଅଗଷ୍ଟ, ୨୦୨୫ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଉକ୍ତ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଛନ୍ତି। ଆଜି ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ, ବିଶିଷ୍ଟ ନୃତ୍ୟଶିଳ୍ପୀ ସିକତା ଦାସ, ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ “ଗୋଟିପୁଅର ଉଦଗମ ଓ ବିକାଶ” ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।ଗୋଟିପୁଅ ନୃତ୍ୟ ମାଧ୍ୟମରେ “ଗୁରୁ ବନ୍ଦନା”, “ମଙ୍ଗଳାଚରଣ”, “ଦଶାବତାର”, “ବନ୍ଧନୃତ୍ୟ”, “ପଞ୍ଚଦେବ ସ୍ତୁତି” ଆଦିର ପ୍ରଦର୍ଶନ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରହିଥିଲା।

ଆଜି ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ଆରାଧନା ଡ୍ୟାନ୍ସ ଏକାଡେମୀ, ଗୁରୁ ମାଗୁଣୀ ଜେନା ଗୋଟିପୁଅ ନୃତ୍ୟ ପରିଷଦ, ଜୟଦେବ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ, ଶିବ ପାର୍ବତୀ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ଜୟ ମା ସିଂହ ବାହିନୀ, ସୃଷ୍ଟି ଫାଉଣ୍ଡେସନ ଟ୍ରଷ୍ଟ, ନାରାୟଣୀ ଗୋଟିପୁଅ କଳାପରିଷଦର ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପରିଚାଳନା କରିଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *