ପୁରୀ ସୁରଜମଲସାହା କଲେଜରେ ପ୍ରଥମ ଥର ହେବ ଛାତ୍ର ସଂସଦ ନିର୍ବାଚନ
କଲେଜ୍ ସ୍ତରରେ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାରେ 10 କଲେଜ୍ ରେ ହେବ ନିର୍ବାଚନ।କେବଳ ପୁରୀ ସହରରେ 3 ଟି କଲେଜ ରେ ନିର୍ବାଚନ ହେବାକୁ ଥିଲା ବେଳେ ଜିଲ୍ଲାରେ 2 ଟି ଓ ସହରରେ ଗୋଟିଏ କଲେଜରେ ପ୍ରଥମ କରି ହେବ ନିର୍ବାଚନ ।ପ୍ରଥମକରି ନିର୍ବାଚନ ସାମନା କରୁଥିବା କଲେଜ୍ ରେ ପରିଚାଳନା ଟିମ୍ କୁ ପ୍ରଶିକ୍ଷିତ କରାଯାଉଛି ।ତେବେ ଆସନ୍ତାକାଲି କଲେଜ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ ରହିଥିବା ବେଳେ ପ୍ରଥମକରି ନିର୍ବାଚନ ର ସମ୍ମୁଖୀନ ହେବ ସୁରଜ୍ ମଲ୍ ସାହା କଲେଜ୍ । କଲେଜରେ ସବୁବେଳେ ବିଶୃଙ୍ଖଳା ଓ ଗଣ୍ଡଗୋଳ ହେଉଥିବାରୁ ଦୀର୍ଘ ବର୍ଷ ହେବ ନିର୍ବାଚନ ନ କରିବା ପାଇଁ କଲେଜ ନିଷ୍ପତ୍ତି ନେଇଥିଲା। ହେଲେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପ୍ରଥମ ଥର ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଛନ୍ତି କଲେଜ କର୍ତ୍ତୃପକ୍ଷ। ଯାହା ଆମ ପାଇଁ ସଂମାନର ପ୍ରଶ୍ନ ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ସେପଟେ ପୂର୍ବରୁ ପୁସିଙ୍ଗ କାର୍ଡ ପ୍ରଚାର ଥିବା ବେଳେ ଏବେ ହେବ ଡିଜିଟାଲ ଓ ସୋସିଆଲ ମିଡ଼ିଆ କାମ୍ପେନ। ତେଣୁ କଲେଜ ପରିସରରେ ଏବେ ଯେଭଳି ମାହୋଲ ଆଗକୁ ନିର୍ବାଚନ ପରେ ସେହିଭଳି ଭାଇଚାରା ଓ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଶ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।
