ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ:୨୨/୧୦:– ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନଥାନା ପୁଲିସ ଜବତ କରିଛି । ଯୁବତୀ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାକୁ ନେଇପୁଲିସ ତଦନ୍ତ ଆରମ୍ଭ କରିଛି ।ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ ।ନିଜ ଭଉଣୀ ରହୁଥିବା ଭଦ୍ରକ କଲେଜ ରୋଡ ସ୍ଥିତ ଏକ ଘରୋଇ ମେସକୁ ଆସି ରହୁଥିଲେପୁଷ୍ପାଞ୍ଜଳି । ଗତକାଲି କୌଣସି କାରଣରୁ ବିଳମ୍ବିତ ରାତିରେ ମେସ ରୁମରେ ଏକୁଟିଆ ଥିବା ବେଳେ, ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଥାଇପରେ ବୋଲି ସନ୍ଦେହ କରାଯାଉଛି । ଆଜି ସକାଳୁ ପୁଷ୍ପାଞ୍ଜଳିଙ୍କର ଝୁଲନ୍ତା ମୃତଦେହ ଫ୍ୟାନରେ ଝୁଲୁଥିଲା । ଖବର ପାଇବା ପରେ ଟାଉନ୍ ଥାନା ଆଇଆଇସି ଉମାକାନ୍ତ ନାୟକ ଘଟଣାସୁଳରେ ପହଞ୍ଚି ଛାତ୍ରୀର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁପଠାଇଛନ୍ତି । ବା ସହ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ପ୍ରେମ ପାଇଁ ଏଭଳି ଘଟଣା ଘଟି ଥାଇପାରେ ବୋଲି ପୁଲିସ ସନ୍ଦେହକରୁଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁର ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି ବୋଲି ଆଇଆଇ ସି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ :- ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *