ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ “ସୁଭଦ୍ରା” କାର୍ଯ୍ୟନ୍ୱୟନର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ “ସୁଭଦ୍ରା” କାର୍ଯ୍ୟନ୍ୱୟନର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବଳକା କ୍ଷେତ୍ର ଅନୁଧ୍ୟାନକୁ ତ୍ୱରିତ ସାରିବାକୁ ଦେଲେ ନିର୍ଦ୍ଦେଶ ଭୁବନେଶ୍ୱର, ତା 18/01/2025ରିଖ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ସୁଭଦ୍ରା ଯୋଜନାର କାର୍ଯ୍ୟନ୍ୱୟନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି ସୁଭଦ୍ରା ଯୋଜନା ଅନ୍ତର୍ଗତ କ୍ଷେତ୍ର ଅନୁଧ୍ୟାନକୁ ଶୀଘ୍ର ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହ ସମସ୍ତ ଜିଲ୍ଲାର ଇ – କେୱାସୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି। ଏହି ବୈଠକ ରେ ଏନପିସୀଆଈ(NPCI) ଓ ବ୍ୟାଙ୍କର ବିଫଳ କେସ ବିଷୟରେ ମଧ୍ୟ ତର୍ଜମା କରାଯାଇଥିଲା।ସୂଚନାଯୋଗ୍ୟ କି ଏଯାବତ ଅପଟ-ଇନ ବ୍ୟବସ୍ଥା ମାଧ୍ୟମରେ 12 ହଜ଼ାର 773 ଜଣ ହିତାଧିକାରୀ ମାନେ ଯୋଡି ହୋଇଛନ୍ତି।ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହ ବିଭାଗର ଅନ୍ୟ ଅଧିକାରୀବୃନ୍ଦ ଏବଂ 30ଟି ଜିଲ୍ଲାର ଜିଲ୍ଲାପାଳ ଓ 5ଟି ସହରର ମୁନିସିପାଲ କମିଶନର ଉପସ୍ଥିତ ଥିଲେ।
