ଆଞ୍ଚଳିକ ସାଧନା କେନ୍ଦ୍ର ଅଷ୍ଟମ ମାସିକ ବୈଠକ ଅନୁଷ୍ଠାନ ପାଳିତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ, ହାତୀବେନା ଡି ଏନ କେ ଠାରେ ଶନିବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଷ୍ଟମ  ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପୀନାଥ ବିଶ୍ୱାସ ଙ୍କ ଅଧକ୍ଷତାରେ ସକାଳ 10ଘଂଟିକା ସମୟରେ ବୈଠକ ଆରମ୍ଭ ହୋଇଥିଲା |ସର୍ବ ପ୍ରଥମେ CRCC ଏବଂ ହାତୀବେନା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନକୂଳ ଚନ୍ଦ୍ର ବିଶ୍ୱାସ, ଡ଼ୁମେରଡ଼ିହି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ମହାପାତ୍ର, ଗଞ୍ଜାପାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁପ୍ରିୟା କୁମାର ମହାପାତ୍ର ଏବଂ ନୂଆପାରା ଝୁଣିକିପାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ତପସ୍ୱିନୀ ଦିଦି ଓ ସୌଦାମିନୀ ଦିଦି ମାନେ ମନ୍ତ୍ର ପାଠ ସହ ଦୀପ ପ୍ରଜ୍ବଳନ କରିଥିଲେ |ସଂଯୋଜକ ଶ୍ରୀ ଗୋପୀନାଥ ବିଶ୍ୱାସ ସାର ସମସ୍ତ 15 ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ 11ଜଣ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉକ୍ତ ବୈଠକ ରେ ସ୍ୱାଗତ କରି ଥିଲେ | ସମସ୍ତ ଶିକ୍ଷକ ବିଦ୍ୟାଳୟ ବଗିଚା, ଶ୍ରେଣୀ କକ୍ଷ, ଶୌଚାଳୟ ଇତ୍ୟାଦି କୁ ପରିଦର୍ଶନ କରିଥିଲେ |ପରିଦର୍ଶନ ପରେ ଜଣ ଜଣ କରି ନିଜ ନିଜ ମତାମତ ରଖି ଥିଲେ | ମତାମତ ଓ ଆଲୋଚନା ପରେ କୁସୁମପୁର ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସୂର୍ଯ୍ୟ କାନ୍ତ ମଲ୍ଲିକ ସାର ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ | ବିବରଣୀ ପାଠ ପରେ ମୌଳିକ ସକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପିର୍କିତ କାର୍ଯ୍ୟକ୍ରମ ରେ ଜାନୁଆରୀ ମାସ ର ଶୈକ୍ଷିକ କ୍ୟାଲେଣ୍ଡେ ଉପରେ ଆଲୋଚନା କରାଯାଇଥିଲା | ଶୈକ୍ଷିକ କ୍ୟାଲେଣ୍ଡର ଆଲୋଚନା ପରେ କୁସୁମପୁର ଡି ଏନ କେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସୂର୍ଯ୍ୟ କାନ୍ତ ମଲ୍ଲିକ ସାର ପ୍ରଥମ ଶ୍ରେଣୀ ର ଛାତ୍ରୀ ଛାତ୍ର ମାନଙ୍କୁ ନେଇ ପ୍ରଥମ ଶ୍ରେଣୀର ଗଣିତର ଏକ ଡେମୋ କ୍ଲାସ କରି ଥିଲେ |ଯେଉଁଥିରେ ସେ ସି. ଆର. ଏ ପଦ୍ଧତିରେ ଶିକ୍ଷଣ କାର୍ଯ୍ୟ ଗୁଡିକ କରିଥିଲେ

ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ସିକଦାର ଙ୍କ ରିପୋର୍ଟ ତୀର୍ଥ କ୍ଷେତ୍ର।

Leave a Reply

Your email address will not be published. Required fields are marked *