ପ୍ରେସ ବିଜ୍ଞପ୍ତି

ପ୍ରେସ ବିଜ୍ଞପ୍ତି

ପେଣ୍ଠକଟା ମେରାଇନ ଥାନା ପୋଲିସ ପକ୍ଷରୁ ଅବୈଧ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଅନ୍ତର୍ଗତ ଏକ ବଡ଼ ସଫଳତା ମିଳିଛି। ବିଶେଷ ସୂଚନା ଆଧାରରେ ପେଣ୍ଠକଟା ମେରାଇନ ଥାନା ଅଧୀନ ବାଲିଗୁଆଳି ପେଣ୍ଠକଟା ଅଞ୍ଚଳର ବିପଦତାରିଣୀ ମନ୍ଦିର ନିକଟସ୍ଥ ଏକ ପାନ ଦୋକାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ୪୦ ବୋତଲ କଫ ସିରପ (ପ୍ରତି ବୋତଲ ୧୦୦ ମି.ଲି.) ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଅଭିମନ୍ୟୁ ଦାସ (୪୦), ପିତା- ସ୍ୱର୍ଗତ କୁଳମଣି ଦାସ, ସା/ପୋ- ବାଲିଗୁଆଳି, ପେଣ୍ଠକଟା ମେରାଇନ ଥାନା ଙ୍କୁ ଗିରଫ କରାଯାଇଛି। ଏହି ସମ୍ପର୍କରେ ପେଣ୍ଠକଟା ମେରାଇନ ଥାନା କେସ ନଂ- ୯୧/୨୦୨୬ ରୁଜୁ କରାଯାଇଛି। ମାମଲାଟି ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୨୭୪/୨୭୫/୨୯୬/୧୩୨/୩୫୧(୨) ଅନୁଯାୟୀ ରଜିଷ୍ଟ୍ରି କରାଯାଇଛି। ପୁରୀ ପୋଲିସ ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରଖିବ।

Leave a Reply

Your email address will not be published. Required fields are marked *