ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଦ୍ବିତୀୟ ଦିନରେ ସୂର୍ଯ୍ୟ ପୂଜା ସହିତ ଜଜ୍ଞ କାର୍ଯ୍ୟକ୍ରମ
ଗଁଦିଆ ତା ୧୯.୭.୨୦୨୬ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସର୍ବ ପୁରାତନ ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନ “ଶ୍ରୀ ଶ୍ରୀ ଗିରିବର ଗିରିଧାରୀ ଆଶ୍ରମ ଝାରଦା ପରିସରରେ ଆଶ୍ରମ ର ପୂଜ୍ୟଷ୍ପଦ ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅକ୍ଳାନ୍ତ ଉଦ୍ୟମ ରେ ଝାରଦା ଗ୍ରାମ ର ଭକ୍ତ ଗଣ ଙ୍କ ସହିତ ଅନେକ ଶୁଭେଚ୍ଛୁଙ୍କ ସହଯୋଗ ରେ ଅଗ୍ରପୂଜ୍ୟ ଗଣେଶ ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୦୮ ଜଣ କଳସୀ ଙ୍କୁ ନେଇ ନିତିନିପୂଣ କର୍ମ ବିଶାରଦ ପୁରୋହିତ ସନ୍ତୋଷ କୁମାର ମିଶ୍ର ଙ୍କ ସହିତ କର୍ମ କାଣ୍ଡ ଜାଣି ଥିବା ପୁରୋଧା ଙ୍କୁ ନେଇ ଏକ ଆଧ୍ୟାତ୍ମିକ ପରିବେଶରେ ଭକ୍ତିମୟ ଭାବନା ରେ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଅସିତ୍ କୁମାର ନାୟକ (ଟୁଲୁ) ତାଙ୍କ ପତ୍ନୀ ରିଙ୍କି ଙ୍କ ସହିତ ସଙ୍କଳ୍ପ କାର୍ଯ୍ୟ ରେ ବସି କର୍ମ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି, ଉପ କର୍ତ୍ତା ଓ ସମସ୍ତ କଳସୀ ଙ୍କ ଭକ୍ତିମୟ ଭାବନା ରେ ଗିରିବର ଗିରିଧାରୀ ଆଶ୍ରମ ମୁଖରିତ ହୋଇ ଅଛି। ସକାଳ ସମୟରେ ସୂର୍ଯ୍ୟ ପୂଜା ସମାପନ ପରେ ମନ୍ଦିର ପରିସରରେ ମା ଦୁର୍ଗତି ନାଶିନୀ ଦୁର୍ଗା, ପ୍ରଭୁ ମହାଦେବ, ଲକ୍ଷ୍ମୀ ଠାକୁରାଣୀ , ଶନିଦେବ , ଗିରିଧାରୀ ମହାପୁରୁଷ ଙ୍କ ସହିତ ଗୁଣ୍ଡିଚା ମନ୍ଦିର ରେ

ଥିବା ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଙ୍କ ନିକଟରେ ଭକ୍ତି ଆଳତି ନୈବେଦ୍ୟ ଅର୍ପଣ କରିବା ପରେ ନିତି ଅନୁଯାୟୀ କର୍ମ କାଣ୍ଡ ରେ ଥିବା କାର୍ଯ୍ୟକ୍ରମ କୁ କର୍ମ କାଣ୍ଡ ବିଷାରଦ ପୁରୋହିତ ସନ୍ତୋଷ କୁମାର ମିଶ୍ର ଙ୍କ ସହିତ ଅନ୍ୟ ପୁରୋହିତ ମାନେ ପୂଜାପାଠ କରି ଘୃତାହୁତି ଦେଇଥିଲେ। ଗ୍ରାମ ତଥା ପାଖ ଆଖ ଗ୍ରାମ ର ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତି ଆଶ୍ରମ ପରିସରକୁ ଭକ୍ତିମୟ କରିଥିଲା। ଜୁଲାଇ ୨୦ ତାରିଖ ରେ ଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇ ମନ୍ଦିର ପ୍ରତିଷ୍ଠା ସମାପନ ହୋଇପ୍ରଭୁ ଗଣନାଥ ଙ୍କ ବିଗ୍ରହ ସ୍ଥାପନ ହେବ ବୋଲି ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ଜଣାଇଛନ୍ତି।
