ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ ନିଲମ୍ବିତ

ଭଦ୍ରକ:୧୦/୧୦– ଚାକିରି ହରାଇଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ। ସେ ଏକକାଳୀନ ଯୁକ୍ତ ୩ବିଜ୍ଞାନରେ ନାମ ଲେଖାଇବା ସହ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିଲେ। ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ନିଯୁକ୍ତି ପାଇଥିଲେ। ପରେ ନିଯୁକ୍ତିକୁ ନେଇ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ ଚିଠି ନମ୍ବର ୭୫୧୬ମୂଳେ ତାଙ୍କୁ ଚାକିରୀରୁ ୪-୧୦-୨୦୨ରେ ନିଲମ୍ବନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।ଜିଲ୍ଲାରେ ମାଳମାଳ ନକଲି ଶିକ୍ଷକ, ଶିକ୍ଷୟିତ୍ରୀ। ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରଠାରୁ ଆରମ୍ଭ କରି ଜାତିଗତ, ଆବାସିକ ପ୍ରମାଣପତ୍ରର ଯାଞ୍ଚ ପ୍ରତ୍ୟେକ ବର୍ଷ ଚାଲିଛି। ମାତ୍ର ନକଲି ଶିକ୍ଷକମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହାନ୍ତି ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଥିବା ବିଭାଗୀୟ କର୍ମଚାରୀ।ଜାଲ ପ୍ରମାଣ ପତ୍ର ଦେଇ ଯୋଗ୍ୟ ପ୍ରାଥୀଙ୍କଠାରୁ କେତେକ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଚାକିରି ଛଡ଼ାଇନେଇଥିବା ପ୍ରମାଣ ଥିବା ସତ୍ତେ୍ୱ ଜିଲ୍ଲା ଶିକ୍ଷା ବିଭାଗ ଏମାନଙ୍କ ଉପରେ କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ବିକାଶ ଧଳ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *