ଟେମ୍ପଲ ସାନିଟାଇଜ

ଶ୍ରୀମନ୍ଦିର ପୁନଃ ସାନିଟାଇଜ କରାଯାଇଛି।ରବିବାର ସପ୍ତାହାନ୍ତ ସଟ ଡାଉନ ଅବସରରେ ସାନିଟାଇଜ କରାଯାଇଛି।ଆସନ୍ତାକାଲିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ କରାଯାଇଛି। ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଛି । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ଦୈନନ୍ଦିନ ସେବା,ପୂଜା କରୁଥିବା ସେବାୟତଙ୍କ ସମେତ ଭକ୍ତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସାନିଟାଇଜ କରାଯାଇଛି।

Leave a Reply

Your email address will not be published. Required fields are marked *