ମୁକ୍ତ ସମାଜ ବ୍ୟବସ୍ଥାରେ ପୁରୁଷ ଓ ମହିଳା ସମସ୍ତେ ସମାନ
ମୁକ୍ତ ସମାଜ ବ୍ୟବସ୍ଥାରେ ପୁରୁଷ ଓ ମହିଳା ସମସ୍ତେ ସମାନ। କିନ୍ତୁ ନିଜର ଶାରିରୀକ ବୈଚିତ୍ର୍ୟ ପାଇଁ କିନ୍ନର ମାନେ ସମାଜର ମୁଖ୍ୟ ସ୍ରୋତରୁ ଦୁରେଇ ରହୁଥିବା ବେଳେ ସେମାନଙ୍କୁ ସମ୍ମାନ ଜନକ ଭାବେ ଜୀବିକାର୍ଜନର ସୁଯୋଗ ଦେବା ସହ ଉନ୍ନତ ଜୀବନ ଯାପନ ପାଇଁ ସହାୟତା ର ହାତ ବଢ଼ାଇଛି ସାମ୍ୟମ୍ ଫାଉଣ୍ଡେସନ। କିନ୍ନରମାନଙ୍କୁ ସାମୁହିକ ଉତ୍ସବରେ ସମ୍ମିଳିତ କରାଇ ସମ୍ମାନିତ କରିବା ଲକ୍ଷ୍ୟରେ ଫାଉଣ୍ଡେସନ ତରଫରୁ ଏକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସ୍ଥାନୀୟ ଗଦା କ୍ଷେତ୍ର ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଟ୍ରଷ୍ଟି ଯଶସ୍ବିନୀ ଦାଶ, ଅଧ୍ୟକ୍ଷ ଈଶାନେଶ୍ବର ନାୟକ, ସନ୍ତୋଷ ବେହେରା, ଦେବରାଜ ଦାସ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମବେତ କିନ୍ନର ମାନଙ୍କୁ ରକ୍ଷା ବନ୍ଧନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ଅନେକ କିନ୍ନର କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।
