ଜଟଣୀରେ ଅହଲ୍ୟାବାଇ ହୋଲକରଙ୍କ ଜନ୍ମ ତଥିର ତିନିଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ
ଜଟଣୀ- ପୁଣ୍ୟଶ୍ଳୋକ, ଦେବୀ ଅହଲ୍ୟାବାଇ ହୋଲକର ଙ୍କ ଜନ୍ମ ର ତିନିଶହ ବର୍ଷ ପୂର୍ତ୍ତି ହୋଇଛି, ସେହି ଯୋଗଜନ୍ମା ରାଣୀଙ୍କର ଇତିହାସକୁ ମନେପକାଇ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି, ଏହି ପରିପ୍ରେକ୍ଷୀ ରେ ମହିଳା ସମନ୍ୱୟ ପୂର୍ବ ଜଟଣୀ ଠାରେ ପୂର୍ବ ପ୍ରାନ୍ତ ସମନ୍ୱୟ ଟୋଲୀ ସଦସ୍ୟା ଶ୍ରୀମତୀ ରଶ୍ମିମୟୀ ପଟ୍ଟନାୟକଙ୍କ ସଂଯୋଜନା ରେ ଏହି ଜନ୍ମ ଉତ୍ସବ ପାଳନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଓଡିଶା ପୂର୍ବପ୍ରାନ୍ତ ମହିଳାସମନ୍ୱୟ ର ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ଜେନା ଓ ପୁରୀ ବିଭାଗ ସଂଯୋଜିକା ତଥା ସକ୍ଷମ ବିଭାଗ ଓଡିଶା ସମ୍ପାଦିକା ମନସ୍ମିତା ଜେନା ଉପସ୍ଥିତ ରହି ଦେବୀ ଅହଲ୍ୟାବାଇ ଙ୍କ ଜୀବନୀ ଉପରେ ଆଲୋକ ପାତ କରିବା ସହିତ ଅପରେସନ ସିନ୍ଦୁର ରେ ନାରୀ ଶକ୍ତି ଙ୍କ ସଫଳତା ଓ ବୀର ଯବାନ ବିରତ୍ୱ ଉପରେ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମ ବିଭିନ୍ନ ବର୍ଗ ଓ ବିଭିନ୍ନ କ୍ଷେତ୍ର ପାଖାପାଖି ଷାଠିଏ ରୁ ଉର୍ଦ୍ଧ ମହିଳା ଯୋଗଦାନ କରିଥିଲେ, ଏହି କ୍ରମ ରେ ଜ୍ୟୋସ୍ନା ମୟୀ ବଡ଼ଜେନା, ବାସନ୍ତୀ ନାୟକ,ଶୁଚିସ୍ମିତା ବଡ଼ଜେନା, ନିରୁପମା କର,ରୀନା ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ ଓ ସର୍ବ ଶେଷରେ ଢେଙ୍କାନାଳ ଟୋଲୀ ର ସଦସ୍ୟା ରତ୍ନପ୍ରଭା ପଣ୍ଡା ଧନ୍ୟବାଦ ଦେଇଥିଲେ।
ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
