ଶ୍ରୀମନ୍ଦିର ରତ୍ନଭଣ୍ଡାରର ୧୪ ତମ ଦିବସର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି

ଶ୍ରୀମନ୍ଦିର ରତ୍ନଭଣ୍ଡାରର ୧୪ ତମ ଦିବସର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଗତକାଲି ଅପରାହ୍ନ ୪ ଟା ୨୦ ମିନିଟରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ସନ୍ଧ୍ୟା ୮ ଟା ୧୮ ପର୍ଯ୍ୟନ୍ତ ଚାଲିଥିଲା ଗଣତି ମଣତି କାର୍ଯ୍ୟ। ୩ ଘଣ୍ଟା ୫୮ ମିନିଟ୍ ଧରି ଗଣତି ମଣତି କାର୍ଯ୍ୟ ଗତକାଲି କରାଯାଇଥିଲା। ତେବେ ନୀତି ବହୁଳତା ଏବଂ ଭକ୍ତଙ୍କ ଭିଡ଼ ଦୃଷ୍ଟିରୁ ଚଳିତ ମାସ ଗଣତି ମଣତି କାର୍ଯ୍ୟ କୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କମାଣ୍ଡର, ଛତିଶା ନିଯୋଗ ନାୟକଙ୍କ ପରାମର୍ଶ ନିଆଯାଇ ଆଗାମୀ ଜୁନ ମାସରେ ଦିନ ଧାର୍ଯ୍ୟ କରାଯାଇ ଗଣତି ମଣତି କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ସମସ୍ତ ଗଣତି ମଣତି କାର୍ଯ୍ୟ କରାଯାଉଛି। ସମସ୍ତ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ନିର୍ଭୁଲ ଏବଂ ସ୍ବଚ୍ଛତାର ସହ କରାଯାଇଛି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ଆଜି ପର୍ଯ୍ୟନ୍ତ ସମସ୍ତ ଗଣତି ମଣତି କାର୍ଯ୍ୟ ସୁରୁଖୁରୁରେ ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ଭାବରେ କରାଯାଇଛି। ତେବେ ବର୍ତ୍ତମାନ ଠାକୁରଙ୍କ ବହୁତ ନୀତି କାନ୍ତି ଏବଂ ଖରାଛୁଟି ଯୋଗୁଁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇବା ସହ ରଥଯାତ୍ରା ସମ୍ପର୍କିତ ଅନେକ କାର୍ଯ୍ୟ ରହିଥିବାରୁ ଚଳିତ ମାସ ରେ ଗଣତି ମଣତି କାର୍ଯ୍ୟ କରାଯିବ ନାହିଁ। ଆଗାମୀ ଜୁନ ମାସରେ ଦିନ ଧାର୍ଯ୍ୟ କରାଯାଇ ପୁନର୍ବାର ଗଣତି ମଣତି କାର୍ଯ୍ୟ କରାଯିବ।

Leave a Reply

Your email address will not be published. Required fields are marked *