ନୀରବତାର ରାଗିଣୀ ର ଶୁଭ ଲୋକାର୍ପଣ ଉତ୍ସବ
ପୁରୀ:୧୮/୧: ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟଙ୍କ ରଚିତ ଗଳ୍ପ ସଂକଳନ ଏବଂ ସୁଲଭ ପ୍ରକାଶନୀ ପୁରୀ ଦ୍ୱାରା ପ୍ରକାଶିତ ‘ନୀରବତାର ରାଗିଣୀ ‘ର ଶୁଭ ଲୋକାର୍ପଣ ଉତ୍ସବ ଏବଂ ସାମ୍ପ୍ରତିକ ସାହିତ୍ୟରେ ନାରୀ ଲେଖିକାଙ୍କ ଭୂମିକା ବିଷୟରେ ବିଶିଷ୍ଟ ଅତିଥି ମାନେ ମତ ରଖିଥିଲେ। ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର ଭଗବାନ ଜୟସିଂହ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଡକ୍ଟର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଗାଳ୍ପିକାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ସଂକଳନ ନାମ କରଣ ବହୁତ ଭଲ ଲାଗିଲା। ସେ ବହିରେ ଛୋଟ ପରିବାର କଥା ଲେଖିଛନ୍ତି। ପୁରୀ ମାଟିରେ ଯିଏ ରହନ୍ତି ସେ ଲେଖକ ହୋଇଥାନ୍ତି। ଚରିତ୍ର ସବୁ ସମାଜ ଉପଯୋଗୀ। କବିତା ଭିତରେ ଗପ ଥାଏ, ଗପ ଭିତରେ କବିତା ଥାଏ । ଯୁବପିଢି ପାଖରେ କଣ ପ୍ରତିଭା ରହିଛି ତାକୁ ମଧ୍ୟ ଜାଣିବା ଦରକାର। ସାହିତ୍ୟରେ ନାରୀମାନଙ୍କ ଚରିତ୍ରକୁ ଖିନଭିନ କରିବା ଠିକ ନୁହେଁ। ଆମ ସମାଜରେ ଆହୁରି ଗଳ୍ପ ସଂକଳନ ପ୍ରକାଶିତ ହେବା ଦରକାର। ଅବସର ଜୀବନରେ ପୁସ୍ତକ ହିଁ ଭଲ ବନ୍ଧୁଟିଏ ।ନୀରବତାରେ ରାଗ, ରାଗିଣୀ ଥାଏ ।ଏହି ଉତ୍ସବରେ ଜାନକୀ ବଲ୍ଲଭ ଦାଶ, ଯୋଗେଶ୍ଵର ପ୍ରହରାଜ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ଶିବ ସୁନ୍ଦର ମିଶ୍ର, ଅଶୋକ କୁମାର ମିଶ୍ର, ଡକ୍ଟର କଲ୍ୟାଣୀ ନନ୍ଦୀ, ପ୍ରବାସିନୀ ମିଶ୍ର, ପ୍ରତିଭା ଦାଶ, ମନ୍ଦାକିନୀ ପଟ୍ଟନାୟକ, ଡକ୍ଟର ଚାରୁଲତା ଦାଶ, pournamasi ଦେବୀ, କମଳ କୁମାର ଦାଶ, ଚନ୍ଦ୍ରଶେଖର ମହାରାଣା, ମୀରା ମହାନ୍ତି, ମିନତି ମିଶ୍ର , ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର । ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ସର୍ବାଣୀ ଦାସ। ପୁସ୍ତକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ବିପିନ ବିହାରୀ ଦଳାଇ। ଡାକ୍ତର ପ୍ରଦ୍ୟୁମ୍ନ ବଡ଼ପଣ୍ଡା ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଲେଖିକା ଏବଂ ପ୍ରକାଶକଙ୍କୁ ଉପହାର ଦେଇଥିଲେ। ଲେଖିକା ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଲେଖକୀୟ ଅବସ୍ଥା ଏବଂ ପରିବେଶରୁ ପାଇଥିବା ଅନୁଭବକୁ ବ୍ୟକ୍ତ କରିଥଲେ। ଶେଷରେ ଡାକ୍ତର ପ୍ରଦ୍ୟୁମ୍ନ ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
