ଠାକୁର ପ୍ରଭୁ ଗୋରେଖନାଥ ଙ୍କ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
– ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଠାକୁର ପ୍ରଭୁ ଗୋରେଖନାଥ ଙ୍କ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗୋରେଖନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହିତ ଏହି ଉତ୍ସବ ପାଳିତ ହୋଇ ଥିବା ବେଳେ ପ୍ରଶାସନିକ ଅଧିକାରୀ, ପୋଲିସ ବନ୍ଧୁ ମାନେ ନିୟୋଜିତ କରାଯାଇଥିଲା । ପ୍ରାୟ 10 ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଓ ଶ୍ରାଦ୍ଧଳୁ ମାନେ ଯୋଗ ଦେଇ ପ୍ରଭୂ ଗୋରେଖ ନାଥଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ । ସେହି ପବିତ୍ର ଅଗ୍ନିଉତ୍ସବ ଅବସରରେ ଜିଲ୍ଲା ବିଭିନ୍ନ ଗ୍ରାମରେ ଅଗ୍ନିଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏତି ଉତ୍ସାହର ସହିତ ପାଳନ କରିଥିବା ଦେଖାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
