ବନ୍ଧୁ ମିଳନ ଉତ୍ସବ ର ଆୟୋଜନ

ଦୀର୍ଘ ଦିନ ବ୍ୟବଧାନ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରି କର୍ମୀ ଓ ସମର୍ଥକ ମାନଙ୍କ ସହ ନାଉଗାଁ ଠାରେ ବନ୍ଧୁ ମିଳନ ଉତ୍ସବ ର ଆୟୋଜନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଲଗାଯାଇଥିବା ବ୍ୟାନରରେ କୌଣସି ଦଳୀୟ ଚିହ୍ନ ନଥିବା ଘଟଣା ଜିଲା ରାଜନୀତିରେ ଅଧିକ ଦ୍ଵନ୍ଦ ସୃଷ୍ଟି କରିଛି । ନାଉଗାଁ ଠାରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ବିନା ଦଳୀୟ ଚିହ୍ନ ବ୍ୟାନର ରେ ଚିରଞ୍ଜୀବ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନେଇ ଜିଲା ଜିଲା ରାଜନୀତି ସରଗରମ ହେବା ସହ ଏହା ଉପରେ ସମସ୍ତଙ୍କ ନଜର ପକାଇଛି । ଦୀର୍ଘ ଦିନର ନୀରବତା ପରେ ଆଜି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦୁଇ ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ମାନଙ୍କୁ ନେଇ ନାଉଗାଁ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଦଳୀୟ ଚିହ୍ନ ନଥିବା ବ୍ୟାନର ତଳେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କଂଗ୍ରେସ ଦଳ କାହିଁକି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା ଓ କାହିଁକି ଏହାକୁ ପ୍ରତ୍ୟାହାର କଲା ସେ ଜାଣି ନାହାଁନ୍ତି ବୋଲି କହିବା ସହ ଆସନ୍ତା 10 ଦିନ ମଧ୍ୟରେ ଆଉ ଏକ କାର୍ଯ୍ୟକ୍ରମ କରାଯାଇ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କର୍ମୀ ମାନଙ୍କୁ ସୂଚନା ଦେଇଥିଲେ । ଆରପଟେ ଚଳିତ ନିର୍ବାଚନରେ ସେ ଦଳ ବଦଳାଇବା ବାବଦରେ ହେଉଥିବା ଚର୍ଚ୍ଚାର ଉତ୍ତର ରଖି ଆଗାମୀ ଦିନରେ ସବୁକଥା ସ୍ପଷ୍ଟ ହେବ ବୋଲି କହି ପରୋକ୍ଷରେ ସଂକେତ ଦେଇଥିବା ବେଳେ ଦଳ ବଦଳକୁ ସିଧା ସଳଖ ମନା କରିନଥିଲେ । -ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ କଂଗ୍ରେସ କର୍ମୀମାନେ ଯୋଗଦେଇ ଚିରଞ୍ଜୀବ ଙ୍କୁ ସମର୍ଥନ ଜଣାଇଥିବା ସହ ଚିରଞ୍ଜୀବ ବିଶ୍ୱାଳ ବିଜେଡ଼ି ଦଳକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସେ ଯେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାଙ୍କୁ ସମର୍ଥନ ଜଣାଇବୁ ବ୍ଲକ କଂଗ୍ରେସ ପକ୍ଷରୁ କୁହାଯାଇଛି । ତେବେ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣା ପଡିବ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *