ବୋଲବମ ଯାତ୍ରା ଉପରେ ଲାଗିଲା ରୋକ ●●●
କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ ପାଳିତ ହେଉଥିବା ବୋଲବମ ଯାତ୍ରା ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି।ଏ ସମ୍ପର୍କରେ ଏକ ନିର୍ଦେଶାବଳୀ ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ,ଚଳିତ ଶ୍ରାବଣ ମାସ(ଜୁଲାଇ ରୁ ଅଗଷ୍ଟ)ମଧ୍ୟରେ କୌଣସି ବୋଲବମ ଶ୍ରଦ୍ଧାଳୁ(କାଉଡ଼ିଆ) ଙ୍କୁ ରାଜ୍ୟର କୌଣସି ପବିତ୍ର ନଦୀ ବା ପୁଷ୍କରିଣୀ ଇତ୍ୟାଦିରୁ ଜଳ ଆଣି ସର୍ବସାଧାରଣ ରାସ୍ତାରେ ଆସି କୌଣସି ଶିବ ମନ୍ଦିର କିମ୍ବା ଧାର୍ମିକ ପୀଠରେ ଥିବା ଶିବ ଲିଙ୍ଗ ଉପରେ ଜଳ ଢାଳିବା ପାଇଁ ଅନୁମତି ଦିଆଯିବ ନାହିଁ।
