ପକଡ଼ାଝର ଜଳ ପ୍ରପାତରେ ବ୍ୟବସାୟୀଙ୍କ ବୁଡ଼ି ଯାଇ ନିଖୋଜ ହୋଇଥିବା ଘଟଣା।୧୮ ଘଣ୍ଟା ପରେ ମିଳିଲା ମୃତ୍ୟୁ ଶରୀର।


ଫୁଲବାଣୀ:-୨୯/୦୯ -କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ପାଣିସାଳ ନିକଟ କୁରୁମୁଣି ଠାରେ ଥିବା ପକଡ଼ାଝର ଜଳ ପ୍ରପାତ ରେ ବୁଡ଼ି ଯାଇ ବ୍ରହ୍ମପୁର ର ଜଣେ ବ୍ୟବସାୟୀ ନିଖୋଜ ହୋଇ ଯାଇଥିବା ଘଟଣା ୧୮ ଘଣ୍ଟା ପରେ ପାଣି ଭିତରୁ ମିଳିଲା ମୃତ୍ୟୁ ଶରୀର।ମଙ୍ଗଳ ବାରଦିନ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଡାକ୍ତର ଖାନାରେ କାର୍ଯ୍ୟରତ ଦୁଇଜଣ ଡାକ୍ତର ସମେତ ବ୍ରହ୍ମପୁରର ବ୍ୟବସାୟୀ ସୁଜିତ ଗୋବିନ୍ଦ ପୂଜାରୀ ଓ ତାଙ୍କ ପତ୍ନୀ ମିଶି ଚାରିଜଣ ପକଡ଼ାଝର ଜଳ ପ୍ରପାତକୁ ବୁଲି ଆସିଥିଲେ ହେଲେ ଗାଧୋଇବା ସମୟରେ ଗୋଡ଼ ଖସିଯାଇ ଗଭୀର ଜଳକୁ ଭିତରକୁ ବୁଡି ଯାଇଥିଲେ ହେଲେ ବହୁ ସମୟ ବିତି ଯାଇଥିଲେ ମଧ୍ୟ ଭିତରୁ ବାହାରି ନଥିଲେ।ସୁଡୁକୁମ୍ପା ପୋଲିସ ଫାଣ୍ଡିକୁ ଅଭିଯୋଗ କଲାପରେ ଫାଣ୍ଡି ଅଧିକାରୀ ଜହର ନାୟକ ଫୁଲବାଣୀ ଅଗ୍ନିଶମ ବିଭାଗ ଓ ବୌଦ୍ଧଜିଲା ଚାରିଚକ ଅଗ୍ନିଶମ ଓଡ୍ରାଫ ଟିମ କୁ ଖବର ଦେବା ପରେ ପକଡ଼ାଝରରେ ଦୁଇ ଅଗ୍ନିଶମ ବିଭାଗ ଓଡ୍ରାଫ ଟିମ ଓ ଟିମ ହ୍ୟୁମାନୁଟି ଟିମ ପହଞ୍ଚି ପୋଲିସ ଉପସ୍ଥିତରେ ମିଳିତ ଅପରେସନ ଆରମ୍ଭ କରି ରାତି ୮ଟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ମଧ୍ୟ ବୁଡ଼ି ଯାଇଥିବା ବ୍ୟବସାୟୀ ସୁଜିତଙ୍କ ପତା ମିଳିପାରି ନଥିଲା।ସମସ୍ତେ ନିରାସୟରେ ଫେରି ଆସିଥିଲେ।ପୁଣି ଆଜି ଉଭୟ ଓଡ୍ରାଫ ଟିମ ପକଡ଼ାଝରରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ।ବହୁ କଷ୍ଟରେ ଅପରାହ୍ନରେ ଗଭୀର ପାଣି ଭିତରୁ ମୃତ୍ୟୁ ଶରୀରଟି ମିଳିଥିଲା।ମୁହଁ ଗୁଡ଼ିକୁ ମାଛ ମନେ ଅଧା ଖାଇ ଦେଇଥିଲେ।ଏନେଇ ପୋଲିସ ୟୁଡି କେଶ ନଂ ୨୪/୨୧ ମାମଲା ରୁଜୁ କରିଥିଲା।ଆଜି ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ରିପୋର୍ଟ- ବୈଦ୍ୟନାଥ ବେହେରା।

Leave a Reply

Your email address will not be published. Required fields are marked *