ଜଟଣୀରେ ଖୋଲିଲା ହୋଟେଲ ନନ୍ଦଲାଲା
ଜଟଣୀ-୨୯/୯- ଖୋର୍ଦ୍ଧା ଜିଲ୍ଲା ଜଟଣୀ ମା ଖଣ୍ଡୁଆଳୀ ମନ୍ଦିର ସମ୍ମୁଖରେ ହୋଟେଲ୍ ନନ୍ଦଲାଲା ବିଜେପି ଦଳୀୟ ସଙ୍ଗଠକ ବିଶ୍ୱ ରଞ୍ଜନ ବଡ଼ଜେନାଙ୍କ କର କମଳରେ ଉଦ୍ ଘାଟିତ ହୋଇଯାଇଛି । ଏହି ଉତ୍ସବରେ ରାଜନୈତିକ ନେତା , ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମାଲିକଙ୍କର ପିତା ରବିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଗରାଖଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହା ସେଞ୍ଚୁରିଆନ୍ ବିଶ୍ୱବିଦ୍ଯାଳୟ ନିକଟରେ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଏହା ଏକସୁବିଧା ଯୋଗାଇବା ସହ ସ୍ୱଚ୍ଛ ପରିବେଶରେ ସୁସ୍ୱାଦୁ ଖାଦ୍ଯ ଜନତାଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶା କରାଯାଇଛି।ଆଜିକାଲି ପ୍ରତ୍ୟେକ ଜିନିଷର ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ସାଧାରଣ ଜନତା କୌଣସି ହୋଟେଲରେ ନିଜ ପରିବାର ସହ ଖାଇବାକୁ ପସନ୍ଦ କରିପାରୁ ନାହାଁନ୍ତି କାରଣ ଏହା ଗ୍ରାହକ ଙ୍କ ପକେଟ କୁ ସୁହାଉନାହିଁ । ଏହି ହୋଟେଲରେ ଖାଦ୍ୟର ମୂଲ୍ୟ ପାଇଁ ଗ୍ରାହକ ଖୁସି ଓ ସ୍ଵଛ ପରିବେଶ ପାଇଁ ଖୁବ ପସନ୍ଦ କରିବେ। ହୋଟେଲର ମାଲିକ ବିଜୟ କୁମାର ସ୍ବାଇଁ ସବୁ ଗ୍ରାହକଙ୍କୁ ନଜରରେ ରଖି ଖାଦ୍ୟର ଗୁଣବତ୍ତା ଓ ସୁଲଭ ମୂଲ୍ୟରେ ସୁସ୍ଵାଦୁ ବ୍ୟଞ୍ଜନ ଯୋଗେଇବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ।
