କେନାଲ ପାଣି ଚାଷ ଜମିକୁ ଯାଉନି

ଦଶପଲ୍ଲା,୧୩/୮- କେନାଲ ଉପରେ ପୋଖରୀ ଖୋଳାଯିବା ଯୋଗୁଁ ଚାଷ ଜମିକୁ ପାଣି ଯାଇ ପାରୁନାହିଁ । ଫଳରେ ଶହ ଶହ ଏକର ଚାଷ ଜମିରେ ଚାଷ କାର୍ଯ୍ୟରେ ଵାଧା ସୃଷ୍ଟି ହୋଇଛି। ଏପରି ଘଟଣା ଘଟିଛି ଦଶପଲ୍ଲା ବ୍ଲକର ଖମାର ସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକ ବାଘୁଆକେରେଣୀ ଅଚଂଳରେ। ଆଜକୁ ୫୦ ବର୍ଷ ହେଲା ୫୭ ବନ ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୁରରେ ଅବସ୍ଥିତ ସାରେଣିଗଣ୍ଡାକୁ ବିଭାଜିତ କରୁଥିବା କୁଆଁରିଆ ମୁଖ୍ୟ କେନାଲର ପୂର୍ବପାର୍ଶ୍ଵର ୧୦୦ ମିଟର ଦୂରରେ ଅବସ୍ଥିତ ନାଳି କେନାଲ ପୂର୍ବ ପାର୍ଶ୍ଵ ନାଳି କେନାଲ ପାଇକ ବାଘୁଆ ବେରେଣୀ ଗ୍ରାମର ପ୍ରାୟ ୭୦ ଏକରରୁ ଉର୍ଦ୍ଧ୍ବ ଜମିକୁ ପାଣି ମାଡ଼ୁଥିଲା । ଏହା ୮ ନଂ ପାଣି ପଞ୍ଚାୟତ ଅଧିନରେ ଯାଉଥିବାବେଳେ ପ୍ରତ୍ୟେକ ବର୍ଷ ଚାଷ ଏହା ଉପରେ ଜଳକର ଖଜଣା ଦେବା ସହିତ ଖଜଣା ମଧ୍ୟ ପଇଠ କରୁଥିଲେ। କିନ୍ତୁ ଦୁଃଖ ପରିତାପର ବିଷୟ ଜନୈକ ଵ୍ୟକ୍ତି ଏହି କେନାଲ ଉପରେ ପୋଖରୀ ଖୋଳାଇ ଦେଇଛନ୍ତି । ଫଳରେ ଏହି କେନାଲରୁ ନିର୍ଗତ ପାଣି ଆଉ ଜମିରେ ମାଡୁନାହିଁ । ଫଳରେ ଚାଷୀମାନେ ଚିନ୍ତିତ ହୋଇ ପଡିଛନ୍ତି। ଏ ସଂପର୍କରେ ଗ୍ରାମର ଚାଷୀ ଚଣ୍ଡାଳ ପ୍ରଧାନଙ୍କ ନେତୃତ୍ୱରେ ଵହୂ ଚାଷୀ କୁଆଁରିଆଜଳ ସେଚନ ବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାର କୌଣସି ପ୍ରତିକାର କରା ନ ଯାଏ ତେବେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *