ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନୟାଗଡ଼: ୧୩/୮ :- ୧୩ ତାରିଖ ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ନୟାଗଡ଼ ଜିଲ୍ଲାପାଳ ଡ଼ଃ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ରୋଡ଼ ନିର୍ମାଣ ବିଭାଗ , ପୋଲିସ ,ମେଡିକାଲ , ସ୍ବେଚ୍ଛାସେବୀ ସଂଗଠନ ଓ ବସ୍ ଟ୍ରକ ର କର୍ମ କାର୍ତ୍ତା ମାନେ ଯୋଗଦାନ କରିଥିଲେ । ବୈଠକରେ ନୟାଗଡ଼ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ । ନୟାଗଡ଼କୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ ତାଗିଦ କରିବା ସହ ପ୍ରତ୍ୟେକ ଦୁର୍ଘଟଣାର କାରଣ ଜାଣିବାକୁ ଚାହିଁଥିଲେ ।

ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସମ୍ବିତ କୁମାର ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତୁରନ୍ତ ବସ୍ ଷ୍ଟାଣ୍ଡର ସ୍ଥାନାନ୍ତରୀକରଣ କରିବା ପାଇଁ ବସ୍ କର୍ମ କର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏବଂ ଟ୍ରକ ଆସୋସିଏସନର କର୍ମକର୍ତ୍ତାମାନେ ନିଜର ଯାନବାହନ ରକ୍ଷଣାବେକ୍ଷଣ ନିମନ୍ତେ ଏକ ଜମିର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ “Good Samanitan” Policy ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାର ରାସ୍ତାଘାଟ ନିର୍ମାଣ ମରାମତି ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବା ପାଇଁ ସଡ଼କ ନିର୍ମାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ପରିବହନ କାର୍ଯ୍ୟାଳୟ ତରଫରୁ ବେପାରୁଆ ଗାଡି ଚାଳନା , ମଦ୍ୟ ପାନ କରି ଗାଡି ଚାଳନା , ଦ୍ରୁତ ଗତିରେ ଗାଡି ଚାଳନା, ଏବଂ ହେଲମେଟ ନ ପିନ୍ଧି ଗାଡି ଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ସନ୍ଦୀପ ପାଇକରାୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

ରିପୋର୍ଟ -ରାମ କୃଷ୍ଣ ରଥ, ନୟାଗଡ଼”ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *