ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ

କୋଣାର୍କ,୨୩.୧୦- ଶାରଦୀୟ ଦେବୀପୂଜା ଅବସରରେ ଅନୁଗୁଳରୁ କୋଣାର୍କ ବୁଲିବାକୁ ଆସିଥିବା ଏକ ପରିବାର କୋଣାର୍କ ଯାତ୍ରୀନିବାସ ନିକଟରେ ରବିବାର ସକାଳୁ ଦୁର୍ଘଟଣାର ଶିକାର ହୋଇଛନ୍ତି। ନିଦରୁ ଡ୍ରାଇଭର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା କାର। ଏଥିରେ ଥିବା ଆରୋହୀ ମାନଙ୍କ ମଧ୍ୟରୁ ୪ଜଣ ଆହତ ଓ ଜଣେ ଗୁରୁତର ହୋଇଥିବା ସୁଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଆହତ ପର୍ଯ୍ୟଟକ ମାନଙ୍କୁ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଗାଡ଼ିଟିକୁ ଜବତ କରିଛି।

Leave a Reply

Your email address will not be published. Required fields are marked *