ରଥଯାତ୍ରା ରେ ସ୍ବେଚ୍ଛାସେବୀ ମାନଙ୍କ ଅବଦାନ ଅତୁଳନୀୟ

ରଥଯାତ୍ରା ରେ ସ୍ବେଚ୍ଛାସେବୀ ମାନଙ୍କ ଅବଦାନ ଅତୁଳନୀୟ:ଜିଲ୍ଲାପାଳପୁରୀ ୮/୭ ପୂରୀରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ର ଆଗମନ ହୋଇଥାଏ।ସେମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ଖାଦ୍ୟ,ପାନୀୟ, ଚିକିତ୍ସା ଓ ସହାୟତା ପାଇଁ ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା।ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଚଳିତ ରଥଯାତ୍ରା ରେ ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଓ ଆବଶ୍ୟକତା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ସ୍ବେଚ୍ଛାସେବୀ ମାନେ ପ୍ରଶାସନ ର ଏକ ଅଙ୍ଗ ସଦୃଶ୍ୟ।ସେମାନଙ୍କ ସହଯୋଗ ଓ ସହଭାଗିତା ରଥଯାତ୍ରା ଭଳି ଏକ ବିଶାଳ ଜନଗହଳି ପୂର୍ଣ୍ଣ ଯାତ୍ରା ରେ ଅତ୍ୟନ୍ତ ଆବଶ୍ୟକ।ସେମାନେ ବର୍ଷ ପରେ ବର୍ଷ ନିସ୍ବାର୍ଥପର ଭାବେ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଛନ୍ତି।ସେମାନଙ୍କ ନିଷ୍ଠାପର ସେବା ଓ ସହଯୋଗ ପାଇଁ ଶ୍ରଦ୍ଧାଳୁ ମାନେ ଅନେକ ଆନନ୍ଦ ଓ ଶାନ୍ତି ଲାଭ କରିଥାନ୍ତି।ଚଳିତ ବର୍ଷ ସ୍ନାନ ଯାତ୍ରା ରେ ଆଶା ଠାରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ

ଦର୍ଶନ ଲାଭ କରିଥିଲେ ମଧ୍ୟ ସାମାନ୍ୟ ତମ ବ୍ୟତିକ୍ରମ ହୋଇ ନ ଥିଲା।ଏହା ମହାପ୍ରଭୁଙ୍କ ଆଶୀର୍ବାଦ। ଆମ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ସମସ୍ତ କାର୍ଯ୍ୟ କୁ ସହଜ କରି ପାରିବ।ତେଣୁ ଆମେ ସମସ୍ତେ ମିଶି ଶ୍ରଦ୍ଧାଳୁ ମାନଙ୍କୁ ଉପଯୁକ୍ତ ସେବା ଓ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ରଥଯାତ୍ରା ର ସ୍ବତନ୍ତ୍ର ଅଧିକାରୀ ଭବତାରଣ ସାହୁ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ, ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ,ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ୱ୍ବାଟକୋ ଜିଏମ ବିକ୍ରମ ରାଉତ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *