ପୁରୀ ନୂତନ ରେଳ ଷ୍ଟେସନର ଡିଜାଇନ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରେରଣା

ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁରୀ ରେଳ ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ପୁନଃବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି ।ପୁରୀ ନୂତନ ରେଳ ଷ୍ଟେସନର ଡିଜାଇନ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରେରଣା ପାଇ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ବିଲ୍ଡିଂର ଡିଜିଟାଲ ଟ୍ୱିନ୍ ବିକଶିତ କରାଯାଇଛି, ଯେଉଁଥିରେ କୋଠାର ସମସ୍ତ ଫିଜିକାଲ ପାର୍ଟରେ ଡିଜିଟାଲ ଟ୍ୱିନ୍ ରହିବ, ଯାହା ଷ୍ଟେସନ ବିଲ୍ଡିଂର ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ସହାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ଖୁବଶୀଘ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ନୂଆ ଷ୍ଟେସନ ପ୍ରସ୍ତୁତ ହେବ । ପୁରୀ ରେଳ ଷ୍ଟେସନର ଯାଞ୍ଚ ସମୟରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଓ ଖୋର୍ଦ୍ଧା ରୋଡ ଡିଭିଜନାଲ ରେଲୱେ ମ୍ୟାନେଜର ଏଚ୍ ଏସ୍ ବାଜୱାଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *