ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘକୁ ରଥଯାତ୍ରାରେ ଉତ୍ତମ ସେବା ପାଇଁ ପ୍ରଶଂସା କଲା ଜିଲ୍ଲାପ୍ରଶାସନ

ପୁରୀ ୩/୭ – ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ରଥ ଯାତ୍ରାରେ ଉତ୍ତମ ସେବା ଯୋଗାଇ ଥିବାରୁ ଏହି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସା କରାଯାଇଛି। ସୋମବାର ମହାସଂଘର କର୍ମକର୍ତା ମାନେ ଜିଲ୍ଲା ପ୍ରଶାସନ କୁ ଭେଟି ରଥ ଯାତ୍ରାରେ ସମୁଦ୍ର କୂଳରେ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ ଙ୍କୁ ଯୋଗାଇ ଦିଆ ଯାଇଥିବା ସେବା ସମ୍ପର୍କରେ ଅବଗତ କରାଇଥିଲେ।ଚଳିତ ରଥ ଯାତ୍ରାରେ ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ବିଚ୍ ଲାଇଫଗାର୍ଡ ମହସଂଘ୍ ସହାୟତା ରେ ତିନିଶହ ଲାଇଫ ଗାର୍ଡଙ୍କୁ ପୁରୀ ସମୁଦ୍ର କୂଳରେ ନିଯୁକ୍କ୍ତି ଦିଆଯାଇଥିଲା।ରଥ ଯାତ୍ରା ମଧ୍ୟରେ ଅଶି ଜଣଙ୍କୁ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରାଜାଇଥିବା ବେଳେ ସମୁଦ୍ର କୂଳରେ ନିଜ ଜିନିଷ ହଜାଇ ଦେଇଥିବା ପ୍ରାୟ କୋଡିଏ ଜଣଙ୍କୁ ସେମାନଙ୍କ ହଜି ଯାଇଥିବା ଜିନିଷ ଫେରାଇବା ସହିତ ଛ ଜଣ ହଜି ଯାଇଥିବା ଶିଶୁଙ୍କୁ ତାଙ୍କ ପରିବାର ସହିତ ମିଶାଇ ଥିବା ଲାଇଫ ଗାର୍ଡ ମହାସଂଘ ସଭାପତି ବାଡ଼ି ସିବା ରାଓ ସୂଚନା ଦେଇ ଥିଲେ।ସେହିପରି ରଥ ସମୟରେ ଲାଇଫ ଗାର୍ଡ ବ୍ୟବସ୍ଥା କୁ ସୂ ନିୟନ୍ତ୍ରିତ କରିବା ପାଇଁ ମହାସଂଘ ତରଫରୁ ଚକ୍ର ତୀର୍ଥ ଠାରୁ ଷ୍ଟଲିଂ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ଖୋଲାଯାଇ ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇ ଥିବା ସୂଚନା ଦେଇ ଥିଲେ ମହାସଂଘ ସମ୍ପାଦକ ହ୍ୟାରୀ ରାଓ।ନୀଳାଦ୍ରି ବିଜେ ପର ଦିନ ମହାସଂଘ ର କର୍ମକର୍ତ୍ତା ମାନେ ସାମୁହିକ ଭାବେ ସମୁଦ୍ର କୂଳରେ ସଫେଇ କାର୍ଯ୍ୟକ୍ରମ ମଧ୍ୟ କରି ଥିଲେ।ଏହି ବର୍ଷ ଯେପରି ଜିରୋ ଡ୍ରାଉନିଂ ହେବ ସେଥି ପାଇଁ ବିଶେଷ ଧ୍ୟାନ ଦିଆ ଯାଇଥିଲା ବୋଲି ମହାସଂଘ ମୁଖ୍ୟ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ସୂଚନା ଦେଇ ଥିଲେ। ପୁରୀ ଅତିରିକ୍ତ ଜିଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଜିଲ୍ଲା ପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ମହାସଂଘର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ପୁରୀ ସମୁଦ୍ର ତଟରେ ଲାଇଫଗାର୍ଡ଼ିଂ ସିଷ୍ଟମକୁ ଆହୁରି ବ୍ୟାପକ କରାଯିବ ବୋଲି କହିଥିଲେ।ଏହି ଅବସରରେ ମହାସଂଘର ଉପସଭାପତି ବାଡି ଏରାୟା ,ଏଲ ନାରାୟଣ ବେହେରା ,ଜି. ରମେଶ,ଓଡ଼ି କୁସୁ ରାଓ ପ୍ରଭୃତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *