ଜିଲ୍ଲା ପ୍ରଶାସନ ପକ୍ଷ ରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷ ରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଭଦ୍ରକ ପଞ୍ଚାୟତ ସମିତି ପୌର ପରିଷଦ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଜିଲ୍ଲାର ଇଚ୍ଛାପୁର ଅନ୍ତର୍ଗତ ବ୍ରହ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଭଦ୍ରକ ର ଛତିଶ ଟି ପଞ୍ଚାୟତ ସମେତ ପୌରାଞ୍ଚଳ ସଦର ମହକୁମାର ପ୍ରାୟ ଚାରି ଶହ ଭିନ୍ନ କ୍ଷମ ବ୍ୟକ୍ତି ମାନେ ପଞ୍ଜୀ କରଣ କରି ମସ୍ତିଷ୍କ ପକ୍ଷାଘାତ ଶ୍ରବଣ ବାଧୂତ ମୁକ ବଧୂର ଚକ୍ଷୁ ଅସ୍ଥି ସଲ୍ୟ ଆଦି ରୋଗର ବିଶେଷଜ୍ଞ ଡାକ୍ତର ସ୍ବାସ୍ଥ୍ୟ କର୍ମଚାରୀ ମାନେ ପରୀକ୍ଷା କରି ରୋଗ ନିରୂପଣ କରି ଥୂଲେ।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ବିଡ଼ିଓ ରଶ୍ମି ରଞ୍ଜନ ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁବାସ ଚନ୍ଦ୍ର ନାୟକ, ସରପଞ୍ଚ ନରହରି ସାହୁ, ପଞ୍ଚାୟତ ସମିତି ଅଧ୍ଯକ୍ଷା ଉର୍ମିଳା ନାୟକ, ବିଭାଗୀୟ ଅଧୂକାରୀ ସ୍ମିତା ମାଝି ପ୍ରମୁଖ ଯୋଗ ଦେଇ ଶିବିର ଅନୁଧ୍ୟାନ କରି ଥିଲେ।ଅତିରିକ୍ତ ଜିଲ୍ଲାପାଳ କହିଥିଲେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ଙ୍କ ପାଇଁ ସାହାଯ୍ୟ ସହଯୋଗ ସହ ବିଭିନ୍ନ ଯୋଜନା ରେ ସେମାନଙ୍କୁ ସାମିଲ କରାଯାଉଛି।ଦିବ୍ୟାଙ୍ଗ କହିଛନ୍ତି ଭିନ୍ନ କ୍ଷମ ଶିବିରରେ ଆସି ରୋଗ ଦେଖାଇବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ କ୍ଷମ ଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ଥ‌ିବାରୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *