ସଞ୍ଚୟ ପକ୍ଷ ୨୦୨୫, ପାଳନ *ଅବସରରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଓ ଆର୍ଥିକ ସାକ୍ଷରତା ଶିବିର
ଭଦ୍ରକ, ୦୪/୧୧: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ଚିକତ୍ସାଲୟ ଓ ଗାନ୍ଧୀ ଓଡ଼ିଶା ବଳଶ୍ରମ୍, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ଆର୍ଥିକ ସେବା ସଞ୍ଚୟ କାର୍ଯ୍ୟାଳୟ ଅଧିକାରୀ, ବରିଷ୍ଠ ନାଗରିକ ତଥା ସ୍ୱଳ୍ପ ସଞ୍ଚୟ ଅଭିକର୍ତା ମାନେ ଯୋଗଦେଇଥିଲେ। ବୃକ୍ଷ ରୋପଣ ପରେ ଗାନ୍ଧୀ ଓଡ଼ିଶା ବଲାଶ୍ରମ୍ ର ଅନ୍ତେବାସୀ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କାରଣ ଶିବିର ଆୟୋଜିତ ହୋଇଥିଲା।

ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପିଲାମାନଙ୍କୁ ସଞ୍ଚୟର ମହତ୍ତ୍ଵ ବୁଝାଇ ଥିଲା ଓ ପିଲାମାନଙ୍କୁ ସଞ୍ଚୟ ଅଭ୍ୟାସ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ପିଲା ମାନଙ୍କୁ ସଞ୍ଚୟ କରିବା ପ୍ରେରଣା ଦେଇଥିଲେ।ସଭା ଶେଷରେ ପିଲାମାନଙ୍କୁ କୁମ୍ପି ବା କଏନ ବକ୍ସ ପ୍ରଦାନ କରାଯାଇ ଥିଲା। ଏହି ସଭାରେ ପ୍ରାୟ ୮୦ ଜଣ ପିଲା, ଅଭିଭାବକ, ଡାକ ଅଭିକର୍ତ୍ତା ଯୋଗ ଦେଇଥିଲେ।
