ମାହାଙ୍ଗା ଅଂଚଳରେ ପ୍ରସିଦ୍ଧ ବିନୋଦବିହାରୀ ଦୋଳ ପର୍ବ ଅନୁଷ୍ଠିତ
ମାହାଙ୍ଗା ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମାହାଙ୍ଗା ଦୋଳ କମିଟି ପକ୍ଷରୁ ବାର୍ଷିକ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାହାଙ୍ଗା ଅଂଚଳର ବିନୋଦବିହାରୀ ଦୋଳ ପର୍ବ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଏଠାରେ ଛଅ ଦିନ ଧରି ଠାକୁରଙ୍କ ସହ ଗ୍ରାମବାସୀ ହୋଲି ଖେଳି ଥାନ୍ତି ଯାହାକି ଅନ୍ୟତ୍ର ଦେଖା ଯାଏନି। ପୁର୍ଣିମା ଠାରୁ ଆରମ୍ଭ ହୋଇ ଛଅ ଦିନ ଧରି ଏହି ଦୋଳ ପର୍ବ ପାଳନ ହୋଇଥାଏ। ପ୍ରଥମ ଦିନ ରାଧାବ୍ଲଲଭ ଗ୍ରାମ ପରିକ୍ରମା କରିଥାନ୍ତି ଦ୍ୱତୀୟ ଦିନ ଗୋପୀନାଥ ତୃତୀୟ ଦିନ ବିନୋଦବିହାରୀ ଚତୃର୍ଥ ଦିନ ରାଧା ମାଧବ ପଞ୍ଚମ ଦିନ ରାଧାକାନ୍ତ ଷଷ୍ଠ ଦିନ ଗୋବିନ୍ଦ ଜି ଗ୍ରାମ ପରିକ୍ରମା କରି ଚାଚେରୀ ଭୋଗ ଖାଇଥାନ୍ତି. ମୁଖ୍ୟତଃ ବିନୋଦ ବିହାରୀ ଦୋଳ ଭାବେ ଏହା ବେଶ ଜଣା ଶୁଣା।ବିଶ୍ୱାସ ରହିଛି ପ୍ରଭୁ ବିନୋଦ ବିହାରୀ ବିମାନରେ ବିଜେ ହୋଇ ଗ୍ରାମ ପରିକ୍ରମା କରିବା ସମୟରେ ଭକ୍ତଙ୍କୁ କାଳିସୀ ଲାଗିଥାନ୍ତି। ବିଭିନ୍ନ ପ୍ରକାର ଭୋଗ ପ୍ରଭୁଙ୍କୁ ଲାଗି କରାଯାଏ। କେଉଁ ଆବାହମାନ କାଳରୁ ଏହି ପରମ୍ପରା ରହି ଆସିଛି ରାତି 11 ଟାରୁ ଦୋଳ ବାହାରି ତା ପର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଗ କରା ଯାଇଥାଏ।ଏଠାରେ ଏକ ନିଆରା ପରମ୍ପରା ରହିଛି ଯେଉଁ ସାହିର ଠାକୁର ବାହାରିବେ ସେମାନେ ଠାକୁରଙ୍କ ସହ ହୋଲି ଖେଳନ୍ତି। ବିନୋଦ ବିହାରୀ ପ୍ରତକ୍ଷ ଠାକୁର ଡାକିଲେ ଓ କହନ୍ତି। ସେଥିପାଇଁ ବିନୋଦବିହାରୀ ଦୋଳ ଭାବେ ବେଶ ପ୍ରସିଦ୍ଧ। ଏହି ଦୋଳ ଦେଖିବା ପାଇଁ ବହୁ ଭକ୍ତଙ୍କ ଏଠାରେ ସାମଗମ ହୋଇଥାଏ।
