ପୁଣି ବାଘ ଆତଙ୍କ
ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଏବେ ବାଘ ର ଆତଙ୍କ ଦେଖିବକୁ ମିଳିଚି। ବାଘ କେଉଁଠି ଛେଳି ଖାଉଛି ତ୍ କେଉଁଠି ଗାଇ ଖାଉଛି। ବନ ବିଭାଗର ସେମିତି କିଛି ଆଖୀ ଦୃଷ୍ଟିୟା ପଦକ୍ଷେପ ଦେଖିବକୁ ମିଳୁନାହିଁ।ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜଗଡ଼ ରେଞ୍ଜ ର ଭିତିରି ବେଡିଗୋବା ଗ୍ରାମରେ ଗତକାଲି ବାଘ ଏକ ବଳଦ କୁ ମାରି ଟାଣି ନେଇ ନିକଟ ଜଙ୍ଗଲରେ ଖାଇଥିବା ଜଣାପଡିଛି। ଗ୍ରାମର କପିଳ କହଁର ଗାଇ ବଳଦ ଘର ମୁଁହ ଖୁଣ୍ଟରେ ବନ୍ଧା ହୋଇଥିବା ବେଳେ ଗତ ମଧ୍ୟ ରାତ୍ରୀରେ ଏକ ବାଘ ଘର ମୁହଁରୁ ବଳଦକୁ ଘୋଷାଡି ନେଇ ଜଙ୍ଗଲ ନିକଟ ଏକ ଝରଣା କୂଳରେ ତାକୁ ମାରି ଖାଇଛି। ଗ୍ରାମବାସୀ ବନ ବିଭାଗ ର ଖୋଜିବା ପରେ ବଳଦର ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିଛି। ବନବିଭାଗ ପହଂଚି ମୃତ୍ ଦେହକୁ ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି। ହେଲେ କପିଳ କହଁରଙ୍କ ଘର ମୁହଁରୁ ଟାଣି ନେଇଥିବା ହେତୁ ସମ୍ପୂର୍ଣ ଭୟଭୀତ ହୋଇ ସନ୍ଧ୍ୟା ହେଲେ ଘରୁ ବାହାରିପରୁନାହାନ୍ତି।

ବନବିଭାଗ ପକ୍ଷରୁ ଏମାନେ ସୁରକ୍ଷା ଚାହୁଁଛନ୍ତି। ଗତ ୧୯ ତାରିଖ ଦିନ ବୁଦୁଲି ଠାରେ ସନ୍ତୋଷ ଗୌଦଙ୍କ 3ଟି ଗାଈକୁ ବାଘ୍ ଖାଇବା ପରେ ପର୍ଯ୍ୟାୟ କ୍ରମେ ବାଘଟି ନିକଟ ଗୁଣ୍ଡୁରିବାଡି ଗ୍ରାମର ସନ୍ତୋଷ ଡାକୁଆ ଙ୍କ ଛେଲିକୁ ଖାଇଥିବା ବେଳେ ମହୁଲ ପଲ୍ଲୀ ଗ୍ରାମର ମଧ୍ୟ ଆଉ ଏକ ଛେଲିକୁ ଗୋଠୋରୁ ଟାଣି ନେଇ ଖାଇଥିବା ଜଣାପଡିଛି। ଏହା କେଉଁ ପ୍ରଜାତିର ବାଘ ବନବିଭାଗ ଟ୍ରାପ କ୍ୟାମେରା ଲଗାଉଥିବା ବେଳେ ଆଜି ବେଡିଗୋବ ଠାରେ ବାଘର ପଦଚିହ୍ନ କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି। ତେବେ ବନବିଭାଗ ଏହି ଗୃହପାଳିତ ପଶୁର ସୁରକ୍ଷା ସହିତ ଲୋକଙ୍କୁ କିପରି ସୁରକ୍ଷା ଯୋଗାଇଦିଆଯିବ ତାହା ଲୋକ ଦାବି କରିଛନ୍ତି। ଏପଟେ ବନବିଭାଗ କୌଣସି ପଦାଧିକାରୀ ମିଡ଼ିଆ ସମ୍ମୁଖରେ ମୁଁହ ଖୋଲୁନାହାନ୍ତି।
