ନ୍ୟାୟ ପାଇଁ ଏସ ପି ଅଫିସ ଆଗରେ ଧାରଣା

ଘସିପୁରା-ପାଞ୍ଚ ଟଙ୍କା ପାଇଁ ଜଣେ ହୋଟେଲ ମାଲିକ ତାଙ୍କୁ ମାଡ ମାରି ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ବିରୋଧରେ ପୁଲିସ ଠିକ ‘ ଦଫା ଲଗାଇ ନ ଥିବା ଅଭିଯୋଗ କରି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ସରବାଲି ଗ୍ରାମର ଜିତେନ୍ଦ୍ର ଦେହୁରୀ ଏସପି ଅଫିସ ଆଗରେ ଧାରଣାରେ ବସିଛନ୍ତି । ଗତ ୧୧ ତାରିଖରେ ତାଙ୍କୁ ଅଭିଯୁକୁ ମାଡ ମାରିବା ଭିଡିଓ ଭାଇରଲ ହୋଇଥିଲା । ନ୍ୟାୟ ନମିଳିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଜିତେନ୍ଦ୍ର ।ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *