ସାହାଯ୍ୟର ଅନ୍ୟ ନାମ ସେବା ଟ୍ରଷ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ
ସାହାଯ୍ୟର ଅନ୍ୟ ନାମ ସେବା ଟ୍ରଷ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ଆଜି ହୋଇଯାଇଛି ଯାଜପୁର; ସମାଜସେବା ଏବଂ ମାନବିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ସାହାଯ୍ୟର ଅନ୍ୟ ନାମ ସେବା ଟ୍ରଷ୍ଟ, କଳିଙ୍ଗନଗର, ଯାଜପୁର ପକ୍ଷରୁ ପ୍ରଥମ ଉଦଘାଟନୀ ଉତ୍ସବ ୨୮ ଜୁନ୍ (ରବିବାର) ଦିନ ୧୧ଟା ସମୟରେ ତୁଳତି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସାହାଯ୍ୟର ଅନ୍ୟନାମ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଜୟରାମ ପଣ୍ଡା, ସଭାପତି ଭୋଳାନାଥ ରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କୋରେଇ ଥାନା ଆଇ.ଆଇ.ସି. ରାକେଶ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଶ୍ଵଜିତ୍ ସୂର୍ଯ୍ୟବଂଶୀ, ସାମାଜିକ ବିଜ୍ଞାନୀ, ରାଜ୍ୟ ଅଧ୍ୟକ୍ଷ ହିନ୍ଦୁ ନବବର୍ଷ ସମିତି ତଥା ସ୍ତମ୍ଭକାର, କଟକ, ଡକ୍ଟର ସଂଗ୍ରାମ କେଶରୀ ପ୍ରତିଷ୍ଠାତା କୈବଲ୍ୟ ସାହିତ୍ୟ ସଂସଦ, କଟକ, ସନ୍ଧ୍ୟାରାଣୀ ରଥ (ସମାଜସେବୀ) ଓଡିଶା ସ୍ଵେଚ୍ଛାସେବୀ ମହାସଂଘର ରାଜ୍ୟ ସଂଯୋଜିକା, ପୁରୀ ଜିଲ୍ଲା ସ୍ଵେଚ୍ଛାସେବୀ ସଂଘ ର ପ୍ରତିଷ୍ଠାତା, ଖାଦ୍ୟ କଲ୍ୟାଣ ବୋର୍ଡର ମହିଳା ରାଜ୍ୟ ସଭାନେତ୍ରୀ, ପ୍ରସନ୍ନ କୁମାର ଗୁରୁ ଭାରତୀୟ ହ୍ୟୁମାନ ରାଇଟ୍ସ କମିଶନ୍ ର ରାଜ୍ୟ ସଭାପତି, କଟକ, ଡକ୍ଟର ଗୌତମ ମହାରଣା (ସମାଜସେବୀ) ବାପା ମାଙ୍କ ସେବାଶ୍ରମ ଟ୍ରଷ୍ଟ ର ପ୍ରତିଷ୍ଠାତା, ରାଣୀପୁର, ଖୋର୍ଦ୍ଧା, ସରୋଜ କୁମାର ପଣ୍ଡାସମାଜସେବୀ ସୋର, ବାଲେଶ୍ଵର ଯୋଗ ଦେଇ ସର୍ବ ପ୍ରଥମେ ଦୀପ ପ୍ରଜ୍ବଳନ କରିଥିଲେ।ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ ଦୀପ ପ୍ରଜ୍ବଳନ ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷ, କଳାକାର, ସମାଜସେବୀ ଓ ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ମାନବ ସେବା ହିଁ ମାଧବ ସେବା , ନିଜକୁ ସମର୍ପଣ କରିବା ହିଁ ସେବା, ସମସ୍ତେ ସେବା କୁ ନିଜର କର୍ମ ବୋଲି ଭାବି ଚାଲିବା ଦରକାର ,ସମର୍ପଣ ଭାବ ରଖି ସେବା କରିବା ଦରକାର ବୋଲି ଆଇଆଇସି ତ୍ରିପାଠୀ ସାର ନିଜ ବକ୍ତବ୍ୟରେ କହିଥିଲେ । ଏହା ସହିତ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମାନବ କଲ୍ୟାଣ ଦିଗରେ ଟ୍ରଷ୍ଟର ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାବାସୀ, ସମାଜସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ ସମସ୍ତେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସବକୁ ସଫଳ ମଣ୍ଡିତ କରାଇଥିଲେ। ଆର୍ଯ୍ୟସ୍ମିତା ଦେଓ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ନିଭାଇବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
