ସରକାରୀ ଜମିରେ ଥିବା ୪୦ ବର୍ଷର ମଠକୁ ଭାଙ୍ଗିଲା କାକଟପୁର ତହସିଲ ପ୍ରଶାସନ

କୋଣାର୍କ ,୧୩.୧୦- କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ତ ଚମ୍ପାହର ମୌଜା ରେ ଥିବା ୪୦ ବର୍ଷର ଏକ ପୁରୁଣା ମଠକୁ କାକଟପୁର ତହସିଲ ପ୍ରଶାସନ ବୁଲ୍ଡୋଜର ଲଗାଇ ଭାଙ୍ଗିଛି। ସୂଚନା ଅନୁଯାୟୀ ଚମ୍ପାହର ମୌଜାର ଖାତା ୧୮ ପ୍ଲଟ ୨୨ ରେ ଥିବା ଅବାଦ ଯୋଗ୍ୟ ଅନାବାଦୀ ପତିତ ସରକାରୀ ଜମିରେ ୪୦ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତି ଏକ ମଠ ନିର୍ମାଣ କରିଥିଲେ। ଦୀର୍ଘ ୧୦ ବର୍ଷ ହେବ ବିବାଦୀୟ ପରିସ୍ଥିତିରୁ ସେ ମଠ ଛାଡ଼ି ପଳାଇଥିଲେ। ସେଠାରେ ଥିବା ମଠ, ମନ୍ଦିର, ଘର ଓ ଗଛ ଲତା କୁ ନିକଟ କୁଞ୍ଜ ଗ୍ରାମବାସୀ ମାନେ ଅକ୍ତିଆର କରି ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିଲେ। କିନ୍ତୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ କାକଟପୁର ତହସିଲ ପକ୍ଷରୁ ପୂର୍ବରୁ ଗ୍ରାମ ବାସୀଙ୍କୁ ଉଚ୍ଛେଦ ପାଇଁ ନୋଟିସ କରଯାଇଥିଲା।

ଯାହା ଫଳରେ ମଙ୍ଗଳାବର ପୂର୍ବାହ୍ନରେ ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ରଙ୍କ ନେତୃତ୍ବରେ ତହସିଲ ପ୍ରଶାସନ ଓ କୋଣାର୍କ ପୋଲିସ୍ ପ୍ରଶାସନ ପହଞ୍ଚି ବୁଲ୍ଡୋଜର ମେସିନ ଲଗାଇ ଭଙ୍ଗା ଯାଇଥିଲା। ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଶୃଷ୍ଟି ହୋଇଥିଲା। ପୋଲିସ ଓ ତହସିଲ ପ୍ରଶାସନ ଏହାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ। ସରକାରୀ ଜମିରେ ମଠ ଥିବାରୁ ଓ ଅଭିଯୋଗ ହୋଇଥିବାରୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଭଙ୍ଗା ଗଲା ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପାତ୍ର ସୂଚନା ଦେଇଥିଲେ।ଅପରପକ୍ଷରେ ଏହି ଗ୍ରାମରେ ଅନେକ ଗୋଚର ଓ ଅନାବାଦୀ ଜମିରେ ଗୃହ ନିର୍ମାଣ କରାଯାଇଛି। କିନ୍ତୁ ଧାର୍ମିକ ଅନୁଷ୍ଠାନ ମଠ ମନ୍ଦିରକୁ ଭାଙ୍ଗିବା ପାଇଁ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିନ୍ଦା କରିଥିଲେ। ଏହି ଉଚ୍ଛେଦ ସମୟରେ ଚିତ୍ରେଶ୍ଵରୀ ଆରଆଇ ରବୀନ୍ଦ୍ର କୁମାର ବାରିକଙ୍କ ସମେତ କର୍ମଚାରୀ ଓ କୋଣାର୍କ ଥାନା ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *