କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା


ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରାଏ ଏକ ବର୍ଷ ହେବ କେନ୍ଦ୍ର ସରକାର କରିଥିବା କୃଷି ଆଇନି ବିରୋଧରେ ଦିଲ୍ଲୀ ରାଜରାସ୍ତାରେ ଖରାବର୍ଷା ଶୀତ କାକରରେ ପଡିରହିଛି । ହଜାର ହଜାର ସଂଖ୍ୟାରେ ଚାଷୀ ରାଜ ରାସ୍ତାରେ ପ୍ରାଣ ହରେଇ ସାରିଲେଣି ।ସରକାର ଚାଷୀଙ୍କ ଗୁହାରି ନ ଶୁଣିବା ପରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଥିଲା ।ଆଜି ନବନିର୍ମାଣ କୃଷକ ସଙ୍ଗଠନ ଉକ୍ତ ବନ୍ଦ ଡାକରାକୁ ସମର୍ଥନ ଜଣେଇ ସତ୍ୟବାଦୀ ବ୍ଲକ ସମ୍ମୁଖରେ ରାସ୍ତାରୋକ କରିଥିଲେ । ଉକ୍ତ ପ୍ରତିବାଦରେ ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାପାତ୍ର ,ରାଜ୍ୟ ସଂଗଠନର ସଦସ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ,ଶରତ ପ୍ରଧାନ ,କୈଳାଶ ମହାପାତ୍ର ,ଭାଗିରଥି ଦାସ ଓ ଦେବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ଏହାକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *