ଅଭିନନ୍ଦନ ଓ କୃତଜ୍ଞତା
୨୩ ସେପ୍ଟେମ୍ବର ରେ ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ଏକ ଦାବିପତ୍ର ଶ୍ରାଦ୍ଧ ଓ ତର୍ପଣ କରୁଥିବା ବ୍ରାହ୍ମଣ ଓ ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଦୋବସ୍ତ କରିବା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିଲା।
ପ୍ରଶାସନ ପରିସ୍ଥିତି କୁ ହୃଦୟଙ୍ଗମ କରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମନାରେ ଟେଣ୍ଟ ଲଗାଇ ବ୍ୟବସ୍ଥା କରିଛନ୍ତି।
ଏଥି ନିମନ୍ତେ ଗଣମାଧ୍ୟମ ବନ୍ଧୁ ମାନଙ୍କ ଅକୁଣ୍ଠ ସହଯୋଗ ଓ ପ୍ରଶାସନର ସକ୍ରିୟ ଭୂମିକା ପାଇଁ ଆମ୍ଭେ ଧନ୍ୟବାଦ ଜଣାଉଛୁ।
